Categories: ଜାତୀୟ

ଟୁଇଟରରେ ଟ୍ରେଣ୍ଡ ହେଉଛି ହାର୍ଲେ ଡେଭିଡସନ ସୁପରବାଇକ ସହ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ଫଟୋ

ନୂଆଦିଲ୍ଲୀ,୨୯।୬: ବାଇକ୍‌ରେ ସଉକ ରଖୁଥିବା ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଶରଦ ଅରବିନ୍ଦ ବୋବଡେଙ୍କ ନିକଟରେ ପୂର୍ବରୁ ଏକ ବୁଲେଟ ଥିବା କଥା ସେ ଅତିତରେ ପ୍ରକାଶ କରିଥିଲେ। ତାଙ୍କର ଏହି ରୁଚିକୁ ନେଇ ଏବେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରରେ ଏବେ ଏହା ଚର୍ଚ୍ଚା ପାଲଟିଛି। ଏହାକୁ ନେଇ ବୋବଡେ ଟୁଇଟରର ଟପ୍‌ ଟ୍ରେଣ୍ଡସ୍‌ରେ ସାମିଲ ହୋଇଛନ୍ତି। ରବିବାର ବୋବଡେଙ୍କର ଏକ ଫଟୋ ସାମ୍ନାକୁ ଆସିଥିଲା। ଯେଉଁଥିରେ ସେ ହାର୍ଲେ ଡେଭିଡସନର ନୂଆ ସୁପରବାଇକ୍‌ CVO 2020ରେ ବସିଥିବା ଦେଖାଯାଇଥିଲା। ଏହା ତାଙ୍କ ଘର ନାଗପୁର ନିକଟରେ ଉଠାଯାଇଥିବା ଜଣାପଡିଛି। ୬୪ ବର୍ଷୀୟ ବିଚାରପତିଙ୍କର ବାଇକ୍‌ ସଉକ ଏଥିରୁ ସ୍ପଷ୍ଟ ବାରି ହୋଇପଡୁଛି।

Share