Categories: ଜାତୀୟ

ପୋଲିସରେ ଅଭିଯୋଗ କଲେ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ,୨୬।୪ : ଫେକ୍‌ ଟୁଇଟର ଆକାଉଣ୍ଟରୁ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିତ୍ବା ପୋଲିସରେ ଅଭିଯୋଗ କରିଛନ୍ତି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏନ୍‌.ଭି. ରମନା। ଶନିବାର ନୂଆ ସିଜେଆଇ ଭାବେ ଶପଥ ଗ୍ରହଣ କରିଥିବା ରମନାଙ୍କ ଟୁଇଟର କିମ୍ବା ଅନ୍ୟ କୌଣସି ସୋସିଆଲ ମିଡିଆରେ ଆକାଉଣ୍ଟ ନାହିଁ।

@ଏନ୍‌ଭିରମନା ନାମକ ଟୁଇଟର ଆକାଉଣ୍ଟରୁ କରାଯାଇଥିବା ଟୁଇଟ୍‌କୁ ହଟାଯିବା ସହ ଆକାଉଣ୍ଟକୁ ସସ୍‌ପେଣ୍ଡ କରି ଦିଆଯାଇଛି।

ଡିଲିଟ୍‌ କରାଯାଇଥିବା ଟୁଇଟ୍‌ରେ ଉଲ୍ଲେଖ ଥିଲା, ଅଜିତ୍‌ ଡୋଭାଲଙ୍କ କୂଟନୀତି ଯୋଗୁ ଭାରତକୁ କଞ୍ଚାମାଲ ପଠାଇବାକୁ ପ୍ରସ୍ତୁତ ହୋଇଛି ଆମେରିକା।

ଆମେରିକାର ଘୋଷଣା ପରେ ରବିବାର ରାତିରେ ଏହି ଟୁଇଟ୍‌ କରାଯାଇଥିଲା। କୋଭିଶିଲ୍ଡ ଭାକ୍ସିନର ଉତ୍ପାଦନ ବୃଦ୍ଧି କରିବା ପାଇଁ ତୁରନ୍ତ କଞ୍ଚାମାଲ ଯୋଗାଇ ଦିଆଯିବ ବୋଲି ରାଷ୍ଟ୍ରପତି ଜୋ ବାଇଡେନ କହିଥିଲେ। ତେବେ ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ ଆମେରିକା ପ୍ରତିନିଧିଙ୍କ ସହ ଆଲୋଚନା କରିବା ପରେ ଏହା ସମ୍ଭବ ହୋଇପାରି ଥିଲା।

Share