Categories: ଜାତୀୟ

ଦାୟିତ୍ୱ ନିର୍ବାହ ସମୟରେ ‘ଲକ୍ଷ୍ମଣରେଖା’ ଭୁଲିବା ଉଚିତ୍‌ ନୁହଁ

ନୂଆଦିଲ୍ଲୀ, ୩୦।୪: ନୂଆଦିଲ୍ଲୀର ବିଜ୍ଞାନଭବନରେ ଶନିବାର ଅନୁଷ୍ଠିତ ହେଇଥିବା ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତିମାନଙ୍କ ମିଳିତ ସମ୍ମିଳନୀରେ ଯୋଗ ଦେଇ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା ଉଦ୍‌ବୋଧନ ଦେଇଛନ୍ତି। ସେ କହିଛନ୍ତି, ଦାୟିତ୍ୱ ନିର୍ବାହ ସମୟରେ ଜଣେ ତାର ‘ଲକ୍ଷ୍ମଣରେଖା’ ବିଷୟରେ ଭଲଭାବେ ଅବଗତ ହେବା ଉଚିତ୍‌। ସମ୍ବିଧାନର ତିନୋଟି ଅଙ୍ଗ ମଧ୍ୟରେ ସୁସଂଗତ କାର୍ଯ୍ୟ ଗଣତନ୍ତ୍ରକୁ ମଜଭୁତ କରେ। ତେବେ ଗଣତନ୍ତ୍ରକୁ ମଜଭୁତ ଏବଂ ପରସ୍ପର ମଧ୍ୟରେ ସାମଞ୍ଜସ୍ୟ ରକ୍ଷା କରି କାମ କରିବାକୁ ପଡିବ। ତେଣୁ କର୍ତ୍ତବ୍ୟ ପାଳନ କରିବାବେଳେ ସେ ତାଙ୍କର ଲକ୍ଷ୍ମଣରେଖା ଭୁଲିଯିବା ଉଚିତ୍‌ ନୁହଁ ବୋଲି ପ୍ରଧାନ ବିଚାରପତି କହିଛନ୍ତି। ଦିଲ୍ଲୀରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିଥିଲେ।

Share