ଓଡ଼ିଆ ଖେଳାଳି ଅମିତ ରୋହିଦାସଙ୍କ ପାଇଁ ସ୍ବତନ୍ତ୍ର ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮।୮: ବ୍ରୋଞ୍ଜ ବିଜେତା ଭାରତୀୟ ହକି ଦଳ ପାଇଁ ପୁରସ୍କାର ଘୋଷଣା କରିଛନ୍ତି
ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରତ୍ୟେକ ଖେଳାଳିଙ୍କୁ ୧୫ ଲକ୍ଷ ଓ ସପୋର୍ଟ ଷ୍ଟାଫଙ୍କୁ ୧୦ ଲକ୍ଷ ମିଳିବ। ଓଡ଼ିଆ ଖେଳାଳି ଅମିତ ରୋହିଦାସଙ୍କୁ ସ୍ବତନ୍ତ୍ର ଭାବେ ୪ କୋଟି ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଆଜି ସ୍ପେନ ବିରୋଧରେ ବ୍ରୋଞ୍ଜ ପଦକ ପାଇଁ ହୋଇଥିବା ଲେଇରେ ଅମିତ ରୋହିଦାସଙ୍କର ରହିଥିଲା ବ ଯୋଗଦାନ। ସେ ଏକାଧିକ ଗୋଲରୁ ଦଳକୁ ରକ୍ଷା କରିଥିଲେ।

ପ୍ୟାରିସ ଅଲିମ୍ପିକ୍ସରେ ଇତିହାସକୁ ଦୋହରାଇଛି ଭାରତୀୟ ହକି ଟିମ। ଦୀର୍ଘ ୫୨ ବର୍ଷ ପରେ ଭାରତ କ୍ରମାଗତ ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସରେ ପଦକ ଜିତିବାକୁ ସକ୍ଷମ ହୋଇଛି। ୧୯୬୮ ଓ ୧୯୭୨ ପରେ ଭାରତ ବ୍ରୋଞ୍ଜ ଜିତିଥିଲା। ଏବେ ଟୋକିଓ(୨୦୨୦) ଓ ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଟିମ ବ୍ରୋଞ୍ଜ ପଦକ ଜିତି ଇତିହାସକୁ ଦୋହରାଇଛି।

ଆଜି ବ୍ରୋଞ୍ଜ ପଦକ ମ୍ୟାଚରେ ଭାରତୀୟ ହକି ଟିମ ସ୍ପେନକୁ ରୋମାଞ୍ଚକର ଢଙ୍ଗରେ ୨-୧ରେ ହରାଇ ନିଜର ଦମ ଦେଖାଇଛି। ଭାରତ ପକ୍ଷରୁ ଦୁଇଟି ଯାକ ଗୋଲ ଅଧିନାୟକ ହରମନପ୍ରୀତ ସିଂହ ଦେଇଛନ୍ତି।

Share