ଆମ ଓଡ଼ିଶା ନବୀନ ଓଡ଼ିଶା ପାଇଁ ୧୬ ସଂଯୋଜକ ନିଯୁକ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୯ା୧୨(ଅସମାପିକା ସାହୁ): ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ୧୬ ଜଣ ସଂଯୋଜକ ନିଯୁକ୍ତ କରିଛନ୍ତି। ଅନୁଗୋଳ ପାଇଁ କୈଳାସ ଚନ୍ଦ୍ର ସାହୁ, ବାଲେଶ୍ୱର ପାଇଁ ରଞ୍ଜନ ବାଗ୍‌, ଭଦ୍ରକ ପାଇଁ ଡ . ସଞ୍ଜୟ ଦାସ, ଗଜପତି ପାଇଁ ୟାରାଗଣ ରାମଭଦ୍ର ରାଓ, କଳାହାଣ୍ଡି ଜିଲା ଭବାନୀପାଟଣା ସବ୍‌ଡିଭିଜନ ପାଇଁ ବଦ୍ରିନାରାୟଣ ପଟ୍ଟନାୟକ, ଆଦିତ୍ୟ ନନ୍ଦ ଧର୍ମଗଡ଼ ସବ୍‌ଡିଭିଜନ ପାଇଁ ନିଯୁକ୍ତ ହୋଇଛନ୍ତି।

ସେହିପରି କନ୍ଧମାଳ ପାଇଁ ରାଜୀବ ପାତ୍ର, ଖୋର୍ଦ୍ଧା ପାଇଁ ଶ୍ରୀମତୀ ଶ୍ରୀମୟୀ ଶ୍ୱେତା ସିଂହମିଶ୍ର , କୋରାପୁଟ ପାଇଁ ଲତା ସାହୁ , ଜୟପୁର ପାଇଁ ସ୍ମୃତି ତୁଳସୀ କିର୍‌ସାନୀ, ମାଲକାନଗିରି ପାଇଁ ଚିତ୍ରା ପଟ୍ଟନାୟକ , ଅମରେନ୍ଦ୍ର କର ରାଇରଙ୍ଗପୁର ସବ୍‌ଡିଭିଜନ ମୟୂରଭଞ୍ଜ, ସୁନୀଲ କୁମାର ଦାସ, ବାରିପଦା ସବଡିଭିଜନ ମୟୂରଭଞ୍ଜ, ସ୍ମୃତି ମଞ୍ଜୁଳା ମାଝି ନବରଙ୍ଗପୁର, ଗଙ୍ଗାଧର ପଣ୍ଡା ନୟାଗଡ଼, ରାମଲାଲ ହଂସ ନୂଆପଡ଼ା, ଗୌରୀଶଙ୍କର ରାଓ ରାୟଗଡା, ସମ୍ବଲପୁର ପାଇଁ ସିଦ୍ଧାନ୍ତ ଦାସ ଏବଂ ସୁନ୍ଦରଗଡ଼ ପାଇଁ ଯୋଗେନ୍ଦ୍ର ସିଂଙ୍କୁ ନିଯୁକ୍ତ କରାଯାଇଛି।

Share