ସଂଖ୍ୟାଲଘୁଙ୍କ ପାଇଁ ୧୫୦ ସାଂସ୍କୃତିକ-ଗୋଷ୍ଠୀ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ: ୪୫ କୋଟି ମଞ୍ଜୁର

ଭୁବନେଶ୍ୱର,୧୩ା୧୧(ଅନିଲଦାସ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୨୨ଟି ଜିଲାରେ ସଂଖ୍ୟା ଲଘୁ ସମ୍ପ୍ରଦାୟଙ୍କ ଲାଗି ୧୫୦ଟି ବହୁମୁଖୀ ସାଂସ୍କୃତିକ-ଗୋଷ୍ଠୀ କେନ୍ଦ୍ରକୁ ଅନୁମୋଦନ କରିଛନ୍ତି। ଏଥିପାଇଁ ୪୫ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଗୋଷ୍ଠୀ କେନ୍ଦ୍ର ଖ୍ରୀଷ୍ଟିୟାନ, ମୁସଲମାନ, ବୌଦ୍ଧ ଏବଂ ଶିଖ୍‌ ସମୁଦାୟ ପାଇଁ ନିର୍ମାଣ କରାଯିବ। ଏଥିରେ ସଂଖ୍ୟାଲଘୁ ସମ୍ପ୍ରଦାୟଗୁଡ଼ିକ ସେମାନଙ୍କର ବିଭିନ୍ନ ଗୋଷ୍ଠୀଭିତ୍ତିକ କାର୍ଯ୍ୟକ୍ରମ କରିପାରିବେ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହାଦ୍ୱାରା ଆମ ରାଜ୍ୟର ସଂଖ୍ୟା ଲଘୁ ସମ୍ପ୍ରଦାୟ ଲୋକମାନଙ୍କର ସଂସ୍କୃତି ଓ ଐତିହ୍ୟର ସଂରକ୍ଷଣ ହୋଇ ପାରିବ।

Share