ଅଗ୍ନିଶମ ସେବା ବିଭାଗରେ ୨୬ ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର,୨୦ା୭(ଅସମାପିକା ସାହୁ): ଓଡ଼ିଶା ଅଗ୍ନିଶମ ସେବା ବିଭାଗରେ ବିଭିନ୍ନ ପାହ୍ୟାରେ ୨୬ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏଥି ମଧ୍ୟରେ ତିନୋଟି ଷ୍ଟେଶନ ଅଫିସର ପଦବୀ ଥିବା ବେଳେ ୩ଟି ଲିଡିଂ ଫାୟାର ମ୍ୟାନ୍‌ ଓ ୨୦ଟି ଫାୟାର ମ୍ୟାନ୍‌ ପଦବୀ ରହିଛି। ଏହି ନୂତନ ପଦବୀ ସୃଷ୍ଟି ହେବା ଫଳରେ ଅଗ୍ନିଶମ ସେବା ବିଭାଗ ଆହୁରି ଅଧିକ ଦକ୍ଷ ଭାବରେ ଲୋକଙ୍କୁ ସେବା ଯୋଗାଇ ଦେବ ବୋଲି ଆଶା କରାଯାଏ।

Share