Categories: ଜାତୀୟ

ଅଯୋଧ୍ୟାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ: ଭୂମି ପୂଜନ ପ୍ରସ୍ତୁତିର କଲେ ସମୀକ୍ଷା

ଅଯୋଧ୍ୟା,୩।୮: ଅଯୋଧ୍ୟାରେ ଅଗଷ୍ଟ ୫ରେ ହେବାକୁ ଥିବା ଭୂମି ପୂଜନ ପାଇଁ ରାମନଗରୀ ପୁରା ସଜେଇ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ଦିରର ଶିଳାନ୍ୟାସ ରଖିବା ପାଇଁ ମାତ୍ର ୪୮ଘଣ୍ଟାରୁ ବି କମ୍‌ ସମୟ ବାକି ରହିଛି। ଇତିମଧ୍ୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ଅଯୋଧ୍ୟା ଗସ୍ତ କରିଛନ୍ତି। ଏହି ସମୟରେ ସେ ସମସ୍ତ ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥାର ସମୟ ସମୀକ୍ଷା କରିଛନ୍ତି। ସେହିପରି ପୂଜାସ୍ଥଳ ବ୍ୟତୀତ ସେ ହନୁମାନଗଡ଼ି ମନ୍ଦିର ମଧ୍ୟ ଗସ୍ତ କରି ସେଠାରକାର ବ୍ୟବସ୍ଥା ବିଷୟରେ ପଚାରି ବୁଝିଛନ୍ତି। ଏଥିସହ ଟୁଇଟ ଜରିଆରେ ଅଗଷ୍ଟ୫ରେ ହେବାକୁ ଥିବା ଐତିହାସିକ ଭୂମିପୂଜନକୁ ଘରେ ବସି ଆନନ୍ଦ ନେବାକୁ ଯୋଗୀ ଆଦିତ୍ୟନାଥ ଟୁଇଟ କରି ଲୋକଙ୍କୁ ଅପିଲ କରିଛନ୍ତି। ଏହି ସମୟରେ ଶ୍ରଦ୍ଧାଳୁମାନେ ନିଜ ଘରେ ଦୀପ ଜଳାଇବା ସହ ଶ୍ରୀରାମଚରିତମାନସ ପାଠ କରନ୍ତୁ ବୋଲି ଯୋଗୀ କହିଛନ୍ତି। ଅନ୍ୟପେଟ ଅଗଷ୍ଟ ୪ ଅର୍ଥାତ୍‌ ମଙ୍ଗଳବାର ଅଯୋଧ୍ୟାର ସମସ୍ତ ସୀମାକୁ ସିଲ୍‌ କରିଦିଆଯିବ ବୋଲି ସୂଚନା ରହିଛି।

Share