ଭୁବନେଶ୍ୱର,୨୫ା୩(ବ୍ୟୁରୋ): ଶୁକ୍ରବାର ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହୋଇଛି। ଦୀର୍ଘଦିନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭା ଆସିଛନ୍ତି। କୋଭିଡ୍ ଯୋଗୁ ଭିଡିଓ କନ୍ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ବୈଠକରେ ଉପସ୍ଥିତ ରହୁଥିଲେ। ମାତ୍ର ଆଜି ନବୀନ ବିଧାନସଭା ଆସିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦଳୀୟ ବିଧାୟକଙ୍କୁ ନେଇ ବୈଠକ ହୋଇଛି।