ରାଞ୍ଚି,୯।୧୨ : ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେତେବେଳେ ସିଏମ ସ୍କୁଲ ଛାତ୍ରୀମାନଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା କଲ୍ୟାଣ ଯୋଜନା ବିଷୟରେ ପଚାରିଛନ୍ତି। ସେ ଛାତ୍ରୀମାନଙ୍କୁ ପଚାରିଛନ୍ତି, ଆପଣ ସାଇକେଲ ପାଇଁ ଟଙ୍କା ପାଇଛନ୍ତି କି ନାହିଁ? ଏହା ଉପରେ ଛାତ୍ରୀମାନେ ଉତ୍ତର ଦେଉଛନ୍ତି ମିଳି ନାହିଁ’। ହେମନ୍ତ ସୋରେନ ପୁଣି ଥରେ ଉଚ୍ଚ ସ୍ବରରେ ପଚାରନ୍ତି, କୁହ ମିଳିଛି କି ନାହିଁ? ଛାତ୍ରୀମାନେ ଉଚ୍ଚସ୍ବରରେ ଉତ୍ତର ଦିଅନ୍ତି ନା। ଏହା ପରେ ହେମନ୍ତ ସୋରେନ ତାଙ୍କ ଅଧିକାରୀଙ୍କ ଆଡକୁ ଚାହିଁ ଚାପା କଣ୍ଠରେ କହୁଛନ୍ତି ଏହି ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଶୀଘ୍ର ଜମା କର।
ଏହା ପରେ ସିଏମ ପଚାରିଛନ୍ତି ଝିଅମାନେ ‘ସାବିତ୍ରୀ ବାଇ ଫୁଲେ ଯୋଜନା’ ରୁ କିଛି ଲାଭ ପାଇଛନ୍ତି କି? ପୁନର୍ବାର ପ୍ରତିକ୍ରିୟାରେ ‘ନା’ ଶୁଣନ୍ତି। ଏହା ପରେ ସିଏମ ଲଜ୍ଜିତ ହୋଇ ଏବଂ ପରେ ଜଣେ ଅଧିକାରୀ ତାଙ୍କ ପାଖକୁ ଗଲେ। ଯେତେବେଳେ ସିଏମ ଅଧିକାରୀଙ୍କ ସହ କଥାବାର୍ତ୍ତା ହୋଇ କହିଲେ, ଏହି ଯୋଜନା କେବଳ ସେହିମାନଙ୍କ ପାଇଁ ଯେଉଁମାନଙ୍କୁ ଟଙ୍କା ମିଳିଛି।
ଏହି ଭିଡିଓ ନେଇ ଭାଜପା ସୋରେନଙ୍କୁ କଡା ସମାଲୋଚନା କରିଛି। ଭାଜପା ଏହି ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ପୋଷ୍ଟ କରି କ୍ୟାପଶନରେ ଲେଖିଛି ମିଥ୍ୟା ସରକାରଙ୍କ କେବଳ ପ୍ରତିଶ୍ରୂତି ପ୍ରକାଶ ପାଇଛି। ଝାଡଖଣ୍ଡର ଝିଅମାନେ ହେମନ୍ତ ସୋରେନଙ୍କ ମିଥ୍ୟା ପ୍ରତିଶ୍ରୁତିର ପର୍ଦ୍ଦାଫାଶ କରିଛନ୍ତି।