କୋରାପୁଟ ମ୍ୟୁନିସିପାଲଟିକୁ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ

କୋରାପୁଟ,୨୮।୮(ଅମିତାଭ ବେହେରା): ରାଜ୍ୟ ସରକାରଙ୍କ ଜାଗାମିଶନ ଯୋଜନାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କୋରାପୁଟ ମ୍ୟୁନିସିପାଲଟିକୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୋରାପୁଟ ମ୍ୟୁନିସିପାଲଟିକୁ ପୁରସ୍କୃତ କରିଥିଲେ।

କୋରାପୁଟ ମ୍ୟୁନିସିପାଲିଟି ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠି, ଉପାଧ୍ୟାକ୍ଷା ସବିତା ପଣ୍ଡା, ନିର୍ବାହୀ ଅଧିକାରୀ ସ୍ବସ୍ତିକ ଜମାଦାର, ଜାଗାମିଶନ ନୋଡାଲ ଅଧିକାରୀ ଶଶିକାନ୍ତ ସ୍ବାଇଁ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ। ଗତ ଆର୍ଥିକ ବର୍ଷରେ ଜାଗା ମିଶନରେ ରାଜ୍ୟର କୋରାପୁଟ ଜିଲା ସମେତ ଢେଙ୍କାନାଳ, ଯାଜପୁର ସମେତ ୫ଟି ସହରାଞ୍ଚଳକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପୁରସ୍କୃତ କରାଯାଇଛି।

Share