Categories: ଜାତୀୟ

୪୮ କିଲୋ ଗୋବର କିଣିଲେ ମୁଖ୍ୟମନ୍ତ୍ରୀ

ରାୟପୁର, ୨୧।୭: ଛତିଶଗଡ଼ ସରକାରଙ୍କ ପକ୍ଷରୁ ଗୋଧନ ନ୍ୟାୟ ଯୋଜନାର ଶୁଭାରମ୍ଭ ହୋଇଛି। ଏହି ଯୋଜନା ଦ୍ୱାରା ଚାଷୀଙ୍କ ବିକାଶ ସମ୍ଭବ ହୋଇପାରିବ l ଯୋଜନା ଅନୁସାରେ ଚାଷୀଙ୍କଠାରୁ ସରକାର କିଲୋ ପିଛା ୨ ଟଙ୍କା ଦାମରେ ଗୋବର କିଣିବେ। ଏହି ଯୋଜନାର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲା ୪୮ କିଲୋ ଗୋବର ୪ ଜଣ ଚାଷୀଙ୍କଠାରୁ କିଣିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ଚାଷୀଙ୍କୁ ୯୬ ଟଙ୍କା ଦେଇଛନ୍ତି। ପ୍ରଥମ ଦିନ ରାଜ୍ୟରେ ୬୪୨ ଗୋରୁ ଗୋଠର ୧୧ ହଜାର ୨୭୭ ଜଣ ଚାଷୀ ଗୋବର ବିକିଛନ୍ତି। ପ୍ରଥମ ଦିନରେ ୧,୧୯୮ କ୍ୱିଣ୍ଟାଲ ଗୋବର ସରକାର କିଣିଛନ୍ତି। ଏଥିପାଇଁ ୨ ଲକ୍ଷ ୩୯ ହଜାର ୬୦୦ ଟଙ୍କା ଚାଷୀଙ୍କୁ ଦିଆଯାଇଥିବା କୁହାଯାଉଛି। ଜାଞ୍ଜଗରି-ଚାମ୍ପା ଜିଲାର ୧୩୪ ଗୋରୁ ଗୋଠର ୬୫୫ ଜଣ ଚାଷୀ ସର୍ବାଧିକ ୪୭୭ କ୍ୱିଣ୍ଟାଲ ଗୋବର ସରକାରଙ୍କୁ ବିକିଛନ୍ତି।

Share