ବେଙ୍ଗାଲୁରୁ,୧୦।୮-କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା କର୍ନାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରପ୍ପା ବର୍ତ୍ତମାନ ସୁସ୍ଥ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରୁ ମୁକ୍ତ କରାଯାଇଛି। ଏ ନେଇ ସୋମବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।
ପ୍ରକାଶ ଯେ, ଅଗଷ୍ଟ ୨ରେ ୟେଦୁରପ୍ପାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୟେଦୁରପ୍ପା ନିଜେ କରୋନା ସଂକ୍ରମଣ ହୋଇଥିବା ନେଇ ଟୁଇଟ କରି ସୂଚନା ଦେଇଥିଲେ।
Chief Minister BS Yediyurappa was today discharged from Manipal Hospitals in Bengaluru after he recovered from #COVID19: Karnataka Chief Minister's Office (CMO)
The CM had tested positive for the disease on August 2. pic.twitter.com/j9XIanY7FH
— ANI (@ANI) August 10, 2020