Categories: ଜାତୀୟ

ବିଧାନସଭା ଅଧିବେଶନ ଡାକିବାର କାରଣ କହି ପାରୁ ନାହାନ୍ତି ମୁଖ୍ୟମନ୍ତ୍ରୀ: ରାଜ୍ୟପାଳ

ଜୟପୁର,୩୦।୭: ରାଜସ୍ଥାନ ରାଜନୀତିକୁ ନେଇ ଏବେବି ଚର୍ଚ୍ଚା ଥମି ନାହିଁ। ଇତିମଧ୍ୟରେ ରାଜ୍ୟପାଳ କଲରାଜ ମିଶ୍ର ଏକ ସ୍ବତନ୍ତ୍ର ସାକ୍ଷାତ୍‌କାରରେ କହିଛନ୍ତି, ଏବେବି ରାଜସ୍ଥାନ ରାଜନୀତି ସ୍ବାଭାବିକ ହୋଇନାହିଁ। ଏହାସହ ବିଧାନସଭା ଅଧିବେଶନ ଡାକିବାକୁ ସେ ମନା କରି ନାହାନ୍ତି ବୋଲି କହିଛନ୍ତି। କିନ୍ତୁ ଏହି ଅଧିବେଶନ ଡାକିବାର କାରଣ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସ୍ପଷ୍ଟ କରି ପାରୁ ନ ଥିବା ରାଜ୍ୟପାଳ କହିଛନ୍ତି। ଏହା ଏକ ସାଧାରଣ ଅଧିବେଶନ ହେବ କି ଆସ୍ଥା ଭୋଟ ପାଇଁ ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସୂଚନାଯୋଗ୍ୟ, ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଦୁଇଥର ବିଧାନସଭା ଅଧିବେଶନ ପାଇଁ ପ୍ରସ୍ତାବ ଦିଆଯାଇଥିବା ବେଳେ ରାଜ୍ୟପାଳ ଏହାକୁ ସ୍ବୀକାର କରି ନ ଥିଲେ।

Share