ମୁଖ୍ୟମନ୍ତ୍ରୀ କରୋନା ପଜିଟିଭ୍‌

ଡେରାଡୁନ୍‌,୨୨।୩: ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାଓ୍ବତଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏସମ୍ପର୍କରେ ମୁଖ୍ୟମନ୍ତ୍ରୀ ନିଜ ଟୁଇଟର ହ୍ୟାଣ୍ଡେଲରୁ ଟୁଇଟ୍‌ କରି ସୋମବାର ସୂଚନା ଦେଇଛନ୍ତି। ସେ ନିଜକୁ ଆଇସୋଲେଟ୍‌ କରି ରଖିଥିବା କହିଛନ୍ତି। ତାଙ୍କ ସହିତ ମିଳାମିଶା କରିଥିବା ଲୋକେ ସତର୍କ ହେବା ସହିତ ଯାଞ୍ଚ୍‌ କରାଇ ନିଜକୁ କ୍ୱାରାଣ୍ଟାଇନ୍‌ରେ ରଖିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ, କିଛି ଦିନ ତଳେ ତିରଥ ସିଂ ହରିଦ୍ୱାର କୁମ୍ଭ ମେଳାରେ ଯୋଗଦେଇଥିଲେ। ଏହା ସହିତ ରବିବାର ଏକ ଖେଳ କାର୍ଯ୍ୟକ୍ରମରେ ମଧ୍ୟ ସେ ସାମିଲ ହୋଇଥିଲେ।

 

Share