ମୁଖ୍ୟମନ୍ତ୍ରୀ କରୋନା ପଜିଟିଭ୍‌: ଟୁଇଟ୍‌ କରି ଦେଲେ ସୂଚନା

ଲକ୍ଷ୍ନୌ,୧୪।୪: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏନେଇ ସେ ନିଜ ଟୁଇଟର ହ୍ୟାଣ୍ଡେଲରୁ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଡାକ୍ତରଙ୍କ ପରାମର୍ଶ ଏବଂ କେରାନା ମାର୍ଗଦର୍ଶିକା ପାଳନ କରି ସେ ନିଜକୁ ସେଲଫ୍‌ ଆଇସୋଲେଶନରେ ରଖିଥିବା କହିଛନ୍ତି। ତାଙ୍କ ସହିତ ମିଳାମିଶା କରିଥିବା ଲୋକେ ନିଜର ନମୁନା ପରୀକ୍ଷା କରାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର କେତେକ କର୍ମଚାରୀ କରୋନାରେ ଆକ୍ରାନ୍ତ ହେବାପରେ ଯୋଗୀ ଆଦିତ୍ୟନାଥ ନିଜର ନମୁନା ପରୀକ୍ଷା କରାଇଥିଲେ।

Share