ପଖାଳ ଖାଇଲେ ମୁଖ୍ୟମନ୍ତ୍ରୀ: କହିଲେ,ପ୍ରକୃତରେ ଖୁବ ଶାନ୍ତିଦାୟକ

ଭୁବନେଶ୍ୱର,୨୦।୩: ଓଡ଼ିଆ ଜାତିର ଜୀବନଶୈଳୀରେ ଅଭିନ୍ନ ଅଂଶ ପଖାଳ। ଆଜି ଚାରିଆଡେ ‘ପଖାଳ ଦିବସ’ ପାଳନ କରାଯାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଖାଳ ଖାଇଛନ୍ତି। ତାଙ୍କ ସହ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ବିଧାୟକ ପଖାଳର ମଜା ନେଇଥିଲେ। ମୁଖ୍ୟମନ୍ତ୍ରୀ ପଖାଳ ଖାଇବାର ଭିଡିଓ ଏବଂ ଫଟୋ ଏକ୍ସରେ ଶେୟାର କରିଛନ୍ତି। ସେ କହିଛନ୍ତି, ପଖାଳ ଶରୀର ଓ ମନ ପାଇଁ ପ୍ରକୃତରେ ଖୁବ ଶାନ୍ତିଦାୟକ। ଆମ ଗ୍ରୀଷ୍ମ ମଣ୍ଡଳୀୟ ଜଳବାୟୁ ପାଇଁ ପଖାଳ ଖୁବ ଉପକାରୀ, ତେଣୁ ଆମ ଓଡ଼ିଆ ମାନଙ୍କର ପଖାଳ ସହିତ ନିବିଡ଼ ସମ୍ପର୍କ କେଉଁ ଅନାଦି କାଳରୁ ରହି ଆସିଛି।

ଅନ୍ୟ ଏକ ଟୁଇଟ୍‌ରେ ସେ କହିଛନ୍ତି,ପଖାଳ ହେଉଛି ଆମ ଓଡ଼ିଆମାନଙ୍କର ସବୁଠାରୁ ପ୍ରିୟ ଖାଦ୍ୟ। ପଖାଳ ଆମ ଓଡ଼ିଆ ପ୍ରାଣର ସ୍ପନ୍ଦନ ଓ ଆମ ଆତ୍ମା। ପଖାଳ ଦିବସ ଅବସରରେ ମାନ୍ୟବର ମନ୍ତ୍ରୀ ଓ ବିଧାୟକ ସମସ୍ତେ ମିଶି ଆମ ପାରମ୍ପରିକ ଖାଦ୍ୟ ପଖାଳର ଆନନ୍ଦ ନେବା ଓଡ଼ିଆତ୍ୱର ଏକ ସ୍ୱତନ୍ତ୍ର ଅନୁଭବ।

ଓଡ଼ିଆ ଖାଦ୍ୟ ସଂସ୍କୃତିରେ ପଖାଳର ବିକଳ୍ପ ନାହିଁ। ଆମ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ମଧ୍ୟ ପଖାଳ ଭୋଗ ଲାଗିଥାଏ। ପ୍ରକୃତରେ ଆମ ଓଡ଼ିଆ ପ୍ରାଣ ଏଇ ପଖାଳକୁ ନେଇ ଯୁଗଯୁଗ ଧରି ଆମ ଇତିହାସ ଓ ସାମାଜିକ ସହାବସ୍ଥାନ ସହ ଏକାକାର ହେଇଯାଇଛି। ମନ ନିର୍ମଳ ଓ ହୃଦୟ ଗଙ୍ଗାର ଆବେଗ ନେଇ ଆଗେଇ ଚାଲିଥିବା ଆମ ଓଡ଼ିଆ ଜାତି ପଖାଳକୁ ନେଇ ଗର୍ବିତ ହେବା ସହ ଓଡ଼ିଆତ୍ୱର ପରାକାଷ୍ଠା ଆଗକୁ ପ୍ରତିପାଦନ କରିପାରିବ, ଏ ବିଶ୍ୱାସ ଅଛି ଓ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ପଡ଼ିଲା ରକ୍ତଛିଟା, ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ

ପୁରୀ,୨୨ା୩: ଶ୍ରୀମନ୍ଦିରରେ ଶନିବାର ମହାପ୍ରଭୁଙ୍କର ହୋଇଛି ବଡ଼ ମହାସ୍ନାନ। ରକ୍ତ ଛିଟା ପଡ଼ିବାରୁ ମହାପ୍ରଭୁଙ୍କ ମହାସ୍ନାନ ହୋଇଛି। ପାଣିଆ ଆପଟ ସେବକ ଝୁଣ୍ଟି ପଡ଼ିଯିବାରୁ ଆଘାତ...

ମୋଦିଙ୍କ ବିରୋଧରେ ହୋଇଗଲା ବଡ଼ ଡିଲ୍‌, କଂଗ୍ରେସ-ବିଜେଡି ଏକାଠି!

ନୂଆଦିଲ୍ଲୀ/ଭୁବନେଶ୍ୱର,୨୨।୩: ମୋଦିଙ୍କ ବିରୋଧରେ ବିଜେଡି କରିବ ବଡ଼ ପ୍ଲାନ। ଇଣ୍ଡିଆ ମେଣ୍ଟ ସହ ମିଶି ଭାଜପା ବିରୋଧରେ ମଇଦାନକୁ ଓହ୍ଲାଇବ ବିଜେଡି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ....

ଡିଲିମିଟେଶନ: ଚେନ୍ନାଇ ଗଲେ ବିରୋଧୀ ନେତା

ଭୁବନେଶ୍ୱର, ୨୨ା୩(ସୁନିତ୍‌ ମିଶ୍ର):ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ହେବାକୁ ଥିବା ସୀମା ପୁନଃ ନିର୍ଦ୍ଧାରଣ(ଡିଲିମିଟେଶନ) ସମ୍ପର୍କିତ କାର୍ଯ୍ୟାନୁଷ୍ଠାନ କମିଟିର ପ୍ରଥମ ବୈଠକରେ...

ବେଦାନ୍ତରେ ୧୬ ବିଲିୟନ ଲିଟର ଜଳ ପୁନଶ୍ଚକ୍ରଣ

ଭୁବନେଶ୍ୱର,୨୨।୩: ଚଳିତ ଆର୍ଥିକ ବର୍ଷ ମଧ୍ୟରେ ବେଦାନ୍ତ ଆଲୁମିନିୟମ ପ୍ରାୟ ୧୬ ବିଲିୟନ ଲିଟର ଜଳ କାର୍ଯ୍ୟ ପରିସରରେ ପୁନଶ୍ଚକ୍ରଣ କରିଛି, ଯାହା ଏହାର ସ୍ଥାୟିତ୍ୱ...

ତାଣ୍ଡବ ରଚିଲା କାଳବୈଶାଖୀ: ଉଡ଼ାଇ ନେଲା ଛପର, ଭାଙ୍ଗିଲା ବିଦ୍ୟୁତ୍‌ ଖୁଣ୍ଟ

ଆନନ୍ଦପୁର,୨୨ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅନେକ ଘରର ଚାଳ ଛପର ଉଡ଼ାଇ...

୨୫୦ ନିୟୁତ ଟନ୍‌ ପଣ୍ୟ ପରିବହନ

ଭୁବନେଶ୍ୱର,୨୨ା୩(ଅନୁରାଧା ମହାରଣା): ପୂର୍ବତଟ ରେଳପଥ ପଣ୍ୟ ପରିବହନ କ୍ଷେତ୍ରରେ ଏକ ଐତିହାସିକ ମାଇଲଖୁଣ୍ଟ ହାସଲ କରିଛି। ୨୦୨୪-୨୫ ଆର୍ଥିକ ବର୍ଷ ଶେଷ ହେବାର ୧୧ଦିନ ପୂର୍ବରୁ...

କୋଶଳୀକୁ ମିଳିବନି ରାଜ୍ୟ ଭାଷା ମାନ୍ୟତା

ଭୁବନେଶ୍ୱର,୨୨ା୩ (ରବିନାରାୟଣ ଜେନା): ସମ୍ବଲପୁରୀ-କୋଶଳୀ ଭାଷାକୁ ରାଜ୍ୟ ଭାଷାର ମାନ୍ୟତା ଦାବି ସଂକ୍ରାନ୍ତୀୟ କୌଣସି ପ୍ରସ୍ତାବ ସରକାରଙ୍କ ହସ୍ତଗତ ହୋଇନାହିଁ ବୋଲି ଓଡ଼ିଆ ଭାଷା, ସାହିତ୍ୟ...

ଆଇଏଫ୍‌ଏସ୍‌ ଅଫିସର ସ୍ତରରେ ବ୍ୟାପକ ଅଦଳବଦଳ

ଭୁବନେଶ୍ୱର,୨୨ା୩ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଭାରତୀୟ ବନସେବା (ଆଇଏଫ୍‌ଏସ୍‌) ଅଫିସର ସ୍ତରରେ ବ୍ୟାପକ ଅଦଳବଦଳ କରାଯାଇଛି। ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଶୁକ୍ରବାର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image