ଡ୍ରେନ୍‌ରେ ପଡ଼ି ନାବାଳକଙ୍କ ମୃତ୍ୟୁ ଘଟଣା: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ୱର,୧୮।୬(ଅସମାପିକା ସାହୁ): ରାଜଧାନୀ ଭୁବନେଶ୍ୱରରେ ମୁକୁଳା ଡ୍ରେନ୍‌ରେ ପଡ଼ି ନାବାଳକ ମୃତ୍ୟୁ ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ମୃତକଙ୍କ ପରିବାରକୁ ସେ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବା ସହ ଯଥାଶୀଘ୍ର ଡ୍ରେନ୍‌ ମରାମତି କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରକାଶ ଯେ, ମଙ୍ଗଳବାର ପ୍ରବଳ ବର୍ଷାରେ ରାଜଧାନୀ ୟୁନିଟ ୩ ମସଜିଦ କଲୋନୀ ନିକଟରେ ଥିବା ମୁକୁଳା ଡ୍ରେନ୍‌ରେ ୮ ବର୍ଷର ନାବାଳକ ଏସ୍‌. କେ. ରାଜେଶ ଭାସି ଯାଇଥିଲେ। ପରେ ଲକ୍ଷ୍ମୀସାଗର ନିକଟ ନାଳରୁ ତାଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Share