ଯାଜପୁର ଦୁର୍ଘଟଣାରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୭ା୬(ବ୍ୟୁରୋ): ଯାଜପୁର ରୋଡ୍‌ ଷ୍ଟେଶନଠାରେ ବୁଧବାର ଅପରାହ୍ନରେ ଏକ ମାଲ୍‌ବାହୀ ଟ୍ରେନ୍‌ରେ କଟି ୬ ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, ଯାଜପୁର ରୋଡ ଷ୍ଟେଶନ ଟ୍ରେନ୍‌ ଅଘଟଣ ଖବର ଦୁଃଖଦାୟକ। ଏଥିରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କ ଆଶୁଆରୋଗ୍ୟ କାମନା କରୁଛି।

Share