ଓଡ଼ିଶା ପାଇଁ ଭାଜପା ଖୋଜୁଛି ମୁଖ୍ୟମନ୍ତ୍ରୀ ଫେସ୍‌, ଆଗରେ ଅଛନ୍ତି ଧର୍ମେନ୍ଦ୍ରଙ୍କ ସମେତ ଏସବୁ ନେତା

ନୂଆଦିଲ୍ଲୀ/ଭୁବନେଶ୍ୱର,୧୭।୫: ଲୋକ ସଭା ନିର୍ବାଚନ ସହିତ ଓଡ଼ିଶାରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେଉଛି। ରାଜ୍ୟରେ ନିର୍ବାଚନରେ ଭାଜପା ଜୋରଦାର ପ୍ରତିଦ୍ୱନ୍ଦ୍ୱିତା କରୁଛି। କାରଣ ବିଜୁ ଜନତା ଦଳ (ବିଜେଡି)୨୦୦୦ରୁ ଓଡ଼ିଶାରେ କ୍ଷମତାରେ ଅଛି ଏବଂ ନବୀନ ପଟ୍ଟନାୟକ କ୍ରମାଗତ ଭାବରେ ମୁଖ୍ୟମନ୍ତ୍ରୀ ରହିଛନ୍ତି। ଏଭଳି ପରିସ୍ଥିତିରେ ବିଜେଡିକୁ ପରାସ୍ତ କରି ଏଥର ଓଡ଼ିଶାରେ କ୍ଷମତାକୁ ଆସିପାରିବ ବୋଲି ଭାଜପା ଆଶା କରୁଛି। ସେଥିପାଇଁ ଏଥର ଦୁଇ ଦଳ ମଧ୍ୟରେ ସିଧାସଳଖ ପ୍ରତିଯୋଗିତା ଚାଲିଛି। ଓଡ଼ିଶାରେ ୧୪୭ଟି ବିଧାନସଭା ଆସନ ଅଛି। ରାଜ୍ୟରେ ଚାରିଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି। ପ୍ରଥମ ପର୍ଯ୍ୟାୟ ମତଦାନ ୧୩ମେ’ରେ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଭୋଟ ଆସନ୍ତା ୨୦ ରେ ରାଜ୍ୟରେ ଅନୁଷ୍ଠିତ ହେବ। ତୃତୀୟ ପର୍ଯ୍ୟାୟ ଭୋଟ ୨୫ ମେ’ରେ ଏବଂ ଚତୁର୍ଥ ପର୍ଯ୍ୟାୟ ଭୋଟ ୧ ଜୁନରେ ଅନୁଷ୍ଠିତ ହେବ। ଲୋକ ସଭା ନିର୍ବାଚନ ସହିତ ଜୁନ ୪ ରେ ବିଧାନସଭା ନିର୍ବାଚନର ଫଳାଫଳ ଆସିବ।
ଓଡ଼ିଶାରେ ଦୃଢ ସ୍ଥିତିରେ ଥିବା ଭାଜପା ବର୍ତ୍ତମାନ ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଫେସ୍‌ ଖୋଜୁଛି। ମୁଖ୍ୟମନ୍ତ୍ରୀ ଦୌଡ଼ରେ ଭାଜପାର ବହୁ ବରିଷ୍ଠ ନେତାଙ୍କ ନାମ ଆସିଛି। ଯଦି କ୍ଷମତାକୁ ଆସେ ତେବେ ଭାଜପା ତାଙ୍କୁ ମୁଖ୍ୟମନ୍ତ୍ରୀ କରିପାରେ।
ଏହି ଦୌଡରେ ସର୍ବ ପ୍ରଥମେ ନାଁ ରହିଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର। ତାଙ୍କ ପଛକୁ ରହିଛନ୍ତି ସମ୍ବିତ ପାତ୍ର, ମନମୋହନ ସାମଲ, ଜୟନାରାୟଣ ମିଶ୍ର ଓ ଶେଷରେ ଅପରାଜିତ ଷଡଙ୍ଗୀ ଏହି ଦୌଡରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ସମୁଦ୍ରରେ ନିଖୋଜ ଯୁବକଙ୍କ ମୃତଦେହ ମିଳିଲା

ପୁରୀ,୨୭ା୧୨(ଅଜିତ୍‌ କୁମାର ମହାନ୍ତି): ପୁରୀ ସମୁଦ୍ରରେ ଗୁରୁବାର ଗାଧୋଉଥିବାବେଳେ ବରଗଡ଼ ଜିଲାର ଶୁଭ ପାତ୍ର ନାମକ ଯୁବକ ଭାସିଯାଇ ନିଖୋଜ ଥିଲେ। ଶୁକ୍ରବାର ଦିଗବାରେଣୀ ଖୁଣ୍ଟି...

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ କଶ୍ମୀର

ଶ୍ରୀନଗର,୨୭।୧୨: ଥରିଲା ଜମ୍ମୁ କଶ୍ମୀର। ଶୁକ୍ରବାର ରାତି ୯.୦୬ରେ କଶ୍ମୀରର ବାରାମୂଳାରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୦ ଆକଳନ...

ଅଖା ବନ୍ଧା ଅବସ୍ଥାରେ ନିଖୋଜ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

ଗଜପତି,୨୭।୧୨(ଗିରିଧାରୀ ପରିଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିରେ ଘଟିଛି ରହସ୍ୟ ଜନକ ହତ୍ୟା କାଣ୍ଡ। ଦୁଇ ଦିନ ନିଖୋଜ ପରେ ଅଖା ବନ୍ଧା ଅବସ୍ଥାରେ...

ମନମୋହନ ମୋର ବନ୍ଧୁ, ମାର୍ଗଦର୍ଶକ ଥିଲେ,ତାଙ୍କୁ ହରାଇବା ମୋର ବ୍ୟକ୍ତିଗତ କ୍ଷତି: ସୋନିଆ

ନୂଆଦିଲ୍ଲୀ,୨୭।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଡା. ମନମୋହନ ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଲାଗି ଶୁକ୍ରବାର ଅପରାହ୍ନରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ବସିଥିଲା। ଏଥିରେ ଏକ ସଂକଳ୍ପ ପାରିତ...

ଗୋଟିଏ ମଦ ବୋତଲରୁ ଏତେଟଙ୍କା ରୋଜଗାର କରନ୍ତି ସରକାର, ଜାଣିଲେ ଉଡିବ ହୋସ୍‌

ନୂଆଦିଲ୍ଲୀ,୨୭।୧୨: ଦେଶରେ ଟିକସ ଆଦାୟର ଏକ ସମ୍ପୂର୍ଣ୍ଣ ନେଟୱାର୍କ ରହିଛି। ଖାଦ୍ୟ ଠାରୁ ଆରମ୍ଭ କରି ରାସ୍ତାରେ ଚାଲିବା ପର୍ଯ୍ୟନ୍ତ ଆମେ ସରକାରଙ୍କୁ ଟିକସ ଦେଉ।...

ମନମୋହନଙ୍କ ସିଂଙ୍କ କ’ଣ ରହିଛି ୨୬ ତାରିଖର ଲିଙ୍କ୍‌, ଜାଣିଲେ ତାଜୁବ ହେବେ…

ନୂଆଦିଲ୍ଲୀ,୨୭।୧୨: ଆଉ ନାହାନ୍ତି ଭାରତୀୟ ଅର୍ଥନୀତିର ଭୀଷ୍ମ ପିତାମହ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ। କେବଳ ଦେଶ ନୁହେଁ ସେ ଜଣେ ଭଲ ଅର୍ଥନୀତିଜ୍ଞ ଭାବେ...

‘ଅନ୍ତିମ ସଂସ୍କାର ସେହି ସ୍ଥାନରେ କର, ଯେଉଁଠି…’, କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ ଖାର୍ଗେ

ନୂଆଦିଲ୍ଲୀ,୨୭।୧୨: ଶୁକ୍ରବାର କଂଗ୍ରେସ ମୁଖ୍ୟାଳୟରେ ଦଳର ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ସିପିପି ସଭାପତି ସୋନିଆ ଗାନ୍ଧୀ, ଲୋକସଭା ବିରୋଧୀ ଦଳର ନେତା ତଥା ସାଂସଦ ରାହୁଲ...

ନେହେରୁଙ୍କ ଠାରୁ ବାଜପେୟୀ ଯାଏ…ମୃତ୍ୟୁ ପରେ ଏହି ପ୍ରଧାନମନ୍ତ୍ରୀଙ୍କ ଏତେଦିନ ଯାଏ ରଖାଯାଇଛି ମୃତଦେହ

ନୂଆଦିଲ୍ଲୀ,୨୭।୧୨: ଡିସେମ୍ବର ୨୬ ଗୁରୁବାର ଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ଦେହାନ୍ତ ହୋଇଛି। ତାଙ୍କର ମୃତଦେହ ଡିସେମ୍ବର ୨୮ ଶନିବାର ଦିନ କଂଗ୍ରେସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri