ସୁରଜପୁର,୨୩।୫: ଲକ୍ଡାଉନ୍ ସମୟରେ ଜଣେ ଯୁବକଙ୍କୁ ଚଟକଣି ମାରିଥିବା ଛତିଶଗଡ଼ର ସୁରଜପୁର କଲେକ୍ଟର ରଣବୀର ଶର୍ମାଙ୍କୁ କାର୍ଯ୍ୟରୁ ହଟାଇ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲା ରଣବୀରଙ୍କୁ ସୁରଜପୁର କଲେକ୍ଟର ପଦରୁ ହଟାଇବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ରଣବୀରଙ୍କ ସ୍ଥାନରେ ସୁରଜପୁରର ନୂଆ କଲେକ୍ଟର ଭାବେ ଗୌରବ କୁମାର ସିଂଙ୍କୁ ନିଯୁକ୍ତ କରାଯାଇଛି। ସେହିପରି ଆଇଏଏସ୍ ଆସୋସିଏଶନ ପକ୍ଷରୁ ମଧ୍ୟ ରଣବୀରଙ୍କ ବ୍ୟବହାରକୁ ନିନ୍ଦା କରାଯାଇଛି। ଜଣେ ପ୍ରଶାସନିକ ଅଧିକାରୀଙ୍କ ପକ୍ଷରେ ଏଭଳି ଆଚରଣ ଶୋଭନୀୟ ବୋଲି ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଛନ୍ତି। ସୂଚନାଯୋଗ୍ୟ, ଶନିବାର ଲକ୍ଡାଉନ୍ ସମୟରେ ରଣବୀରଙ୍କ ଏଭଳି କାର୍ଯ୍ୟର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାପରେ ମୁଖ୍ୟମନ୍ତ୍ରୀ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି।