Categories: ଜାତୀୟ

ସାଢ଼ ୪ ବର୍ଷର ହିସାବ ଦେଲେ ମୁଖ୍ୟମନ୍ତ୍ରୀ …

ଲକ୍ଷ୍ନୌ,୧୯।୯: ଉତ୍ତରପ୍ରଦେଶରେ ୨୦୨୨ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ତାଙ୍କ ଶାସନ ସମୟରେ ହୋଇଥିବା ସାଢ଼େ ୪ ବର୍ଷର ହିସାବ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିପୋର୍ଟ କାର୍ଡରେ ସଫଳତାର ବାର୍ତ୍ତା ପ୍ରଦାନ କରାଯାଇଛି। କେନ୍ଦ୍ର ସରକାରଙ୍କ ସହାୟତାରେ ରାଜ୍ୟର ଲାଗୁ ହୋଇଥିବା ଯୋଜନା ଦ୍ୱାରା ସବୁ ବର୍ଗର ଲୋକେ ଉପକୃତ ହୋଇ ପାରିଛନ୍ତି।

କରୋନା ମହାମାରୀ ସଙ୍କଟ ସମୟରେ ରାଜ୍ୟର ୧୫ କୋଟି ଲୋକଙ୍କୁ ମାଗଣା ରାଶନ ଯୋଗାଇ ଦିଆଯାଇଛି। ରାଜ୍ୟରେ ମାଫିଆ ରାଜ ଶେଷ ହୋଇଛି। ଅପରାଧୀଙ୍କ ଉପରେ ଅଙ୍କୁଶ ଲାଗିଛି। ସେହିପରି ଦଙ୍ଗା ସଂଖ୍ୟାରେ ରୋକ ଲାଗିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

ଅବୈଧ ନିର୍ମାଣ ହଟାଇ ୧୮୦୦ କୋଟିର ସମ୍ପତ୍ତି ଉଦ୍ଧାର କରାଯାଇଥିବା ସେ ସୂଚନା ଦେଇଛନ୍ତି। ନିଯୁକ୍ତି କ୍ଷେତ୍ରରେ ସ୍ବଚ୍ଛତା ଅବଲମ୍ବନ କରାଯିବା ସହିତ ମହିଳାଙ୍କ ସଂଖ୍ୟା ବୃଦ୍ଧି ହୋଇଥିବା ସେ କହିଛନ୍ତି। ରାଜ୍ୟର ବିକାଶ ପାଇଁ ଗତ ସାଢ଼େ ୪ ବର୍ଷ ମଧ୍ୟରେ ୩ ଲକ୍ଷ କୋଟିର ନିବେଶ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

Share