ରାୟପୁର,୨୭।୪ : ଛତିଶଗଡର ଦନ୍ତେୱାଡାର ଆରାନପୁରରେ ଶହୀଦ ହୋଇଥିବା ୧୦ ଜଣ ଯବାନଙ୍କୁ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ କାନ୍ଧ ଦେଇଛନ୍ତି। ସେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଯବାନଙ୍କ ବଳିଦାନ ବୃଥା ଯିବ ନାହିଁ। ଏହି ଅବସରରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀ ତାମ୍ରଧ୍ୱଜ ସାହୁ ମଧ୍ୟ ଦନ୍ତେୱାଡାରେ ପହଞ୍ଚିଛନ୍ତି। ଶହୀଦଙ୍କ ପରିବାର ବର୍ଗଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସ୍ବାନ୍ତନା ଦେଇଛନ୍ତି। ଶହୀଦଙ୍କ ପାର୍ଥିବ ଶରୀରକୁ ସେମାନଙ୍କ ଗ୍ରାମକୁ ପଠାଯାଉଛି।
ଏହା ପରେ ମାଓବାଦୀମାନଙ୍କ ବିରୋଧରେ ଲଢ଼େଇ ଅଧିକ ତୀବ୍ର ହେବ। ସେମାନଙ୍କୁ ବର୍ତ୍ତମାନ ଏକ ଉପଯୁକ୍ତ ଉତ୍ତର ଦିଆଯିବବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।