୧ କୋଟି ଡୋଜ୍‌ ଭାକ୍ସିନ୍‌ ପାଇଁ ଗ୍ଲୋବାଲ ଟେଣ୍ଡର ଜାରି କଲେ ମୁଖ୍ୟମନ୍ତ୍ରୀ…

ନୂଆଦିଲ୍ଲୀ,୨୯।୫: କରୋନା ଟିକା ଅଭାବ ପୂରଣ ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ପକ୍ଷରୁ ୧ କୋଟି ଡୋଜ୍‌ ଭାକ୍ସିନ୍‌ ପାଇଁ ଗ୍ଲୋବାଲ ଟେଣ୍ଡର ଜାରି କରାଯାଇଛି। ଜୁନ୍‌ ୭ ଅପରାହ୍ନ ୫ ସୁଦ୍ଧା ଆଗ୍ରହୀ ଭାକ୍ସିନ୍‌ ନିର୍ମାତାମାନେ ଆବେଦନ କରିପାରିବେ ବୋଲି ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଜାରି ହୋଇଛି। ଡ୍ରଗ୍‌ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆଙ୍କ ପକ୍ଷରୁ ସ୍ବୀକୃତି ପ୍ରାପ୍ତ ହୋଇଥିବା ଭାକ୍ସିନ୍‌ ଟେଣ୍ଡର ଦାଖଲ କରିପାରିବେ। ଡୋଜ୍‌ ଯୋଗାଣ ପୂର୍ବରୁ ଭାକ୍ସିନ୍‌ ନିର୍ମାତାମାନେ ୭ଦିନ, ୮ରୁ ୧୫ ଦିନ, ୧୬ରୁ ୨୩ ଦିନ, ୨୪ରୁ ୩୧ ଦିନ ଏବଂ ୩୧ ଦିନରୁ ୪୫ ଦିନ ମଧ୍ୟରେ କେତେକ ସଂଖ୍ୟକ ଡୋଜ୍‌ ସପ୍ଲାଏ କରିବେ ପ୍ରଥମେ ସୂଚନା ଦେବାକୁ ପଡ଼ିବ ବୋଲି ଦିଲ୍ଲୀ ସରକାରଙ୍କ ପକ୍ଷରୁ କୁହାଯାଇଛି। ସମ୍ପ୍ରତି କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଭାକ୍ସିନ୍‌, କୋଭିଶିଲ୍ଡ ଏବଂ ସ୍ପୁଟନିକ୍‌-ଭି ଭାକ୍ସିନ୍‌କୁ ଦେଶରେ ପ୍ରଦାନ କରାଯିବା ଲାଗି ଅନୁମତି ଦିଆଯାଇଛି।

Share