ବିବାହ ଉତ୍ସବ ଆୟୋଜନ ନ କରିବାକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ…

ପାଟନା,୫।୫: ବିହାରରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟବାସୀଙ୍କୁ ସ୍ବତନ୍ତ୍ର ଅନୁରୋଧ କରିଛନ୍ତିି। ସେ କହିଛନ୍ତି ଯେ, କେହି ଏବେ ବିବାହ ଉତ୍ସବ ଆୟୋଜନ ନ କରିବା ଆବଶ୍ୟକ। ଏକାଠି ବହୁ ଲୋକ ଜମା ହେଲେ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି। ତେଣୁ ରାଜ୍ୟବାସୀ ଏନେଇ ସଚେତନ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ମେ’ ୧୫ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏପରିସ୍ଥଳେ ବିବାହ ଉତ୍ସବରେ ବରକନ୍ୟା ପଣ୍ଡିତଙ୍କୁ ମିଶାଇ ୫୦ ଜଣ ଯୋଗଦେଇ ପାରିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି।

Share