ଭୁବନେଶ୍ୱର,୧୪।୫: ୨ୟ ପର୍ଯ୍ୟାୟ ନିର୍ବାଚନ ମେ’୨୦ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଏଡିଆର ରିପୋର୍ଟ ସାମ୍ନାକୁ ଆସିଛି। ୨ୟ ପର୍ଯ୍ୟାୟରେ ୯୫ କୋଟିପତି। ଦିଲ୍ଲୀପ ରାୟ ସବୁଠୁ ଧନୀ। ତାଙ୍କ ପାଖରେ ୩୧୩ କୋଟି ସମ୍ପତ୍ତି ଅଛି। କଳିକେଶଙ୍କର ୭୩ କୋଟିରୁ ଊଦ୍ଧର୍ବ ଏବଂ ମୁଖ୍ୟମନ୍ତ୍ରୀଙ୍କର ୭୧ କୋଟି ସମ୍ପତ୍ତି ରହିଛି। ଅନ୍ୟପଟେ ୫୩ ସ୍ନାତକ, ୩୧ ସ୍ନାତକୋତ୍ତର, ୩୪ ପ୍ରଫେସନାଲ ଡିଗ୍ରୀଧାରୀ ରହିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ୩୪ ପ୍ରାର୍ଥୀ ମାଟ୍ରିକ ଫେଲ ନେଇ ଏଡିଆର୍ ରିପୋର୍ଟରେ ଦର୍ଶାଯାଇଛି।