Categories: ଜାତୀୟ

ଡିଜିପିଙ୍କୁ ଚୁଡ଼ି ପିନ୍ଧାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ: ଭାଜପାର କଟାକ୍ଷ…

ମୁଜାଫରପୁର,୨୯।୪ : ପୂର୍ବତନ ଏମପି ଆନନ୍ଦ ମୋହନ ଜେଲରୁ ଖଲାସ ହେବା ପରଠାରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଲଗାତାର ଟାର୍ଗେଟ କରାଯାଉଛି। ବିହାର ସରକାରଙ୍କ ଏହି ନିଷ୍ପତ୍ତିକୁ ଭାଜପା ପ୍ରଶ୍ନ କରୁଛି। ଭାଜପାର ରାଜ୍ୟ ସଭାପତି ସମ୍ରାଟ ଚୌଧୁରୀ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ବିହାରର ଆଇନ ଶୃଙ୍ଖଳା ବିଷୟରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନୀତୀଶ ଡିଜିପିଙ୍କୁ ଚୁଡ଼ି ପିନ୍ଧାଇ ଦେଇଛନ୍ତି। ଯେତେ ଦିନ ପର୍ଯ୍ୟନ୍ତ ଏହି ଚୁଡି ରହିଥିବ, ରାଜ୍ୟରେ ଅପରାଧ ଏହିପରି ବୃଦ୍ଧି ପାଇବ।

ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସେ ମୁଜାଫରପୁର ଆସିଥିଲେ। ଏହି ସମୟରେ ସେ ଏଭଳି କଟାକ୍ଷ କରିଛନ୍ତି। ଆମ ମା ଏବଂ ଭଉଣୀମାନଙ୍କ ହାତରେ ଥିବା ଚୁଡିି ଭଳି ବିହାରର ଡିଜିପିଙ୍କ ହାତରେ ଏହା ଅଛି। ତେଣୁ ସେ କିଛି କରିପାରୁ ନାହାନ୍ତି। ଏନେଇ ନୀତୀଶ ଇସ୍ତଫା ଦେବା ଉଚିତ।

ନାଳନ୍ଦାରୁ ଜେଡିୟୁ ଏମପି କୌଶଳେନ୍ଦ୍ର କୁମାର ଏହି ବିବୃତ୍ତିକୁ ବିରୋଧ କରିଛନ୍ତି। ମୁଁ ସମ୍ରାଟଙ୍କ ଏଭଳି ମନ୍ତବ୍ୟ ପ୍ରତି ଧ୍ୟାନ ଦେଉ ନାହିଁ। ଯେଉଁମାନେ ନୀତୀଶଙ୍କ ଚାକର ସେମାନଙ୍କୁ ମୁଁ କିଛି କହିବାକୁ ଚାହେଁନା। ମୁଁ ନୀତୀଶଙ୍କ ପାଇଁ ପ୍ରତ୍ୟେକ ବଳିଦାନ ଦେବାକୁ ପ୍ରସ୍ତୁତ। ତାଙ୍କ ଯୋଗୁ ମୁଁ ତିନିଥର ସଂସଦର ସଦସ୍ୟ ହୋଇଥିଲି ଏବଂ ଯଦି ସେ ଆଗକୁ ବଢ଼଼ନ୍ତି, ତା’ହେଲେ ମୋ ପାଇଁ ଏହାଠାରୁ ଅଧିକ କିଛି ଖୁସି ହୋଇପାରିବ ନାହିଁ। ମୁଁ ଚାହୁଁଛି ସେ ତାଙ୍କ ଘର ଜିଲା ନାଲନ୍ଦାରୁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତୁ। ଯଦି ସେ ଏହା କରନ୍ତି ତେବେ ମୁଁ ମୋ ଆସନ ଛାଡିଦେବି। ଯଦି ସେ ଏଠାରୁ ପ୍ରତିଦ୍ୱନ୍ଦ୍ୱିତା କରନ୍ତି, ତେବେ ଜିତିବା ତାଙ୍କ ପାଇଁ ସହଜ ହେବ ।

Share