ଆକ୍ସନ ମୋଡରେ ମୁଖ୍ୟମନ୍ତ୍ରୀ, ଫେରିବ ଚିଟ୍‌ଫଣ୍ଡ ଟଙ୍କା!

ଭୁବନେଶ୍ୱର,୧୯।୬: ନୂଆ ସରକାର ଆସୁଆସୁ ଆକ୍ସନ ମୋଡକୁ ଆସିଛନ୍ତି ଭାଜପା ସରକାର। ଚିଟଫଣ୍ଡ ଘୋଟାଲାରେ କୋଟି କୋଟି କ୍ଷତିଗ୍ରସ୍ତ ନ୍ୟାୟ ପାଇବା ପାଇଁ ଚାହିଁ ବସିଥିବାବେଳେ ଏହାରି ଭିତରେ ଆସିଛି ଆଶ୍ବସ୍ତିକର ଖବର । ମୁଖ୍ୟମନ୍ତ୍ରୀ ମୋହନ ମାଝି ବୁଧବାର ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ସମ୍ପୂର୍ଣ୍ଣ ତଥ୍ୟ ମାଗଛନ୍ତି। ରାଜ୍ୟ ସରକାର ଏନେଇ ତତ୍ପରତା ପ୍ରକାଶ କରିଛନ୍ତି । ଯାହା ପରେ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ମନରେ ଟଙ୍କା ଫେରିପାଇବାର ଆଶା ଆଉ ଥରେ ଉଜ୍ଜୀବିତ ହୋଇଛି ।

ମିଳିଥିବା ଖବର ଅନୁଯାୟୀ, କ୍ଷତିଗ୍ରସ୍ତଙ୍କ ସମ୍ପୂର୍ଣ୍ଣ ତଥ୍ୟ ମାଗିଛି ରାଜ୍ୟ ଅର୍ଥ ବିଭାଗ । କଟକ କ୍ଷମତାସଂପନ୍ନ ଅଧିକାରୀଙ୍କ କାର୍ଯ୍ୟାଳୟ-OPIDକୁ ତଥ୍ୟ ମାଗିଥିବା ସୂଚନା ମିଳିଛି । ଏନେଇ ତଥ୍ୟ ସଂଗ୍ରହ କରିଛନ୍ତି ଅର୍ଥ ବିଭାଗର ଅତିରିକ୍ତ ସଚିବ ଓ ଅଧିକାରୀ । OPID ଅଧିକାରୀଙ୍କ ନିକଟରୁ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ତଥ୍ୟ ସଂଗ୍ରହ କରାଯାଇଥିବା ଖବର ମିଳିଛି ।

ସୂଚନା ଅନୁଯାୟୀ, OPID ଅଧିକାରୀଙ୍କ ନିକଟରେ ୨୬ଟି ଚିଟଫଣ୍ଡ କମ୍ପାନୀର ମାମଲା ରହିଛି । ବର୍ତ୍ତମାନ ସୁଦ୍ଧା ଦୁଇଟି କମ୍ପାନୀ ଗୋଲ୍ଡେନ ଲ୍ୟାଣ୍ଡ ଡେଭଲପର୍ସ ଓ ହାଇଟେକର ସମ୍ପତ୍ତି ବାଜ୍ୟାପ୍ତି ହୋଇଛି । ଦୁଇ କମ୍ପାନୀ ଦ୍ବାରା କ୍ଷତିଗ୍ରସ୍ତଙ୍କୁ ଫେରସ୍ତ ହେଉଛି ଟଙ୍କା । ଟଙ୍କା ଫେରସ୍ତ ପ୍ରକ୍ରିୟାକୁ ଆହୁରି ସରଳୀକରଣ କରାଯିବ ବୋଲି ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି କଟକ OPID ଅଧିକାରୀ ଉମାକାନ୍ତ ରାଜ ।

Share