କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ: ଜୁନିୟର ବାଳକ ହ୍ୟାଣ୍ଡବଲ ଚାମ୍ପିୟନଶିପ୍‌ରେ ଦେଲେ ଯୋଗ

କେନ୍ଦୁଝର,୧୦ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଗୁରୁବାର ଦିନିକିଆ କେନ୍ଦୁଝର ଜିଲା ଗସ୍ତରେ ଆସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରଠାରୁ ହେଲିକପ୍ଟର ଯୋଗେ ଆସି ପୂର୍ବାହ୍ନ ୧୦.୪୦ରେ ରିଜର୍ଭ ପୋଲିସ ଗ୍ରାଉଣ୍ଡଠାରେ ପହଞ୍ଚି ସେଠାରୁ ଦିନ ୧୧ ଟାରେ ହ୍ୟାଣ୍ଡବଲ ଷ୍ଟାଡିୟମ ଯାଇ ସେଠାରେ ଚାଲିଥିବା ୩୯ତମ ସବ୍‌ ଜୁନିୟର ବାଳକ ହ୍ୟାଣ୍ଡବଲ ଚମ୍ପିୟନଶିପ୍‌ରେ ଯୋଗ ଦେଇଥିଲେ। ତାଙ୍କ ସହ ପାଟଣା ବିଧାୟକ ଡାକ୍ତର ଫକୀର ମୋହନ ନାଏକ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଏଠାରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଜୟ ଜଗନ୍ନାଥ, ଜୟ ମା’ ତାରିଣୀ କହି ଖେଳାଳିଙ୍କୁ ସମ୍ବୋଧନ କରିଥିଲେ ମୁଖ୍ୟମନ୍ତ୍ରୀ। ପରେ ପରେ ହିନ୍ଦୀରେ ମଧ୍ୟ ଖେଳାଳିମାନଙ୍କୁ ଅଭିଭାଷଣ ଓ ଶୁଭେଛା ଜଣାଇଥିଲେ। ହ୍ୟାଣ୍ଡବଲ ଖେଳ ପାଇଁ କେନ୍ଦୁଝର ପ୍ରସିଦ୍ଧ ଓ ୧୯୮୦ରେ ପ୍ରଥମେ ଏଠାରେ ଜାତୀୟ ଜୁନିୟର ହ୍ୟାଣ୍ଡବଲ ପ୍ରତିଯୋଗିତା ହେଇଥିଲା ଦୀର୍ଘ ୪୫ ବର୍ଷ ପରେ ପୁଣି ଆଜି ଏଠାରେ ଜାତୀୟ ପ୍ରତିଯୋଗିତାର ସୌଭାଗ୍ୟ ମିଳିଛି ବୋଲି କହିଥିଲେ। ହ୍ୟାଣ୍ଡବଲ ଖେଳ ଆଜି ସମସ୍ତଙ୍କୁ ଏକାଠି କରି ପାରିଛି। ଏହି ଖୋଳର ମୂଲ୍ୟବୋଧକୁ ବୁଝ ଆଗକୁ ବଢ଼ାବାକୁ ଆହ୍ବାନ ଦେଇଥିଲେ। ଏ ସରକାର କ୍ରୀଡ଼ାକୁ ପ୍ରାଧାନ୍ୟ ଦେଉଛନ୍ତି। କ୍ରୀଡ଼ାକୁ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ଗଢ଼ି ତୋଳିବାକୁ ପ୍ରତି ବ୍ଲକରେ ମଧ୍ୟ ଖେଳକୁ ଗୁରୁତ୍ୱ ଦିଆଯାଉଛି। ପ୍ରତି ବ୍ଲକରେ ଖେଳ ପଡ଼ିଆ ଓ ପଞ୍ଚାୟତରେ ମିନି ଷ୍ଟାଡିୟମ୍‌ରେ ହେବ ଓ ଗୋଟିଏ ଗୋଟିଏ ଇନ୍‌ଡୋର ଷ୍ଟାଡିୟମ ମଧ୍ୟ ହେବ। ୧୪ଟି ଇନ୍‌ଡୋର ସୁଇମିଂ ପୁଲ, ତୀରନ୍ଦାଜ ଉନ୍ନତି ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛ। ଏ କେନ୍ଦୁଝରର ହ୍ୟାଣ୍ଡବଲ ପଡ଼ିଆ ଏସିଆ ମହାଦେଶର ପ୍ରଥମ ସିସ୍ଥେଟିକ ପଡ଼ିଆ। ଆମ ସରକାର ଖେଳ ସହ ରାଜ୍ୟର ବିକାଶ ପାଇଁ ଗୁରୁତ୍ୱ ଦେଉଛନ୍ତି। ହ୍ୟାଣ୍ଡବଲର ଆହୁରି ଉନ୍ନତି ସହ ଅନ୍ତର୍ଜାତୀୟ ସ୍ତରରେ ଖେଳାଳି ପ୍ରସ୍ତୁତ ପାଇଁ ଯାହା ଦରକାର ସରକାର ପ୍ରଦାନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

କେମିତି ପାଇବେ ପ୍ରଦୂଷଣ ସାର୍ଟିଫିକେଟ? ଜାଣନ୍ତୁ ଷ୍ଟେପ ବାଏ ଷ୍ଟେପ…

ଜୋରଦାର ହେବ ଟ୍ରାଫିକ ଧରପଗଡ଼ । ଗାଡ଼ିରେ ଯଦି ଆପଣ ସବୁଜ ଷ୍ଟିକର ଲଗାଇ ନ ଥିବେ, ତେବେ ମୋଟା ଅଙ୍କର ଫାଇନ ଦେବାକୁ ପଡ଼ିବ...

କରଡା ଘାଟିରେ ଗାର୍ଡ ୱାଲ ନାହିଁ, କାମରେ ବିଳମ୍ବ କରୁଛି ଠିକା ସଂସ୍ଥା

ରାଇକିଆ,୨୫।୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ଚାରୋଟି ପ୍ରମୁଖ ପଞ୍ଚାୟତ କରଡ଼ା, ଇନ୍ଦ୍ରଗଡ଼, ବଡ଼ ବରବା ଏବଂ ରଣବା ରହିଛି ଘାଟି ତଳ...

ପ୍ରାଥମିକ ସ୍ତରରେ ମାତାପିତାଙ୍କ ଶିକ୍ଷା ପିଲାଙ୍କ ପାଇଁ ଭବିଷ୍ୟତରେ ଉଜ୍ବଳମୟ ହୋଇଥାଏ

କେସିଙ୍ଗା,୨୫।୧୨,( ତୁମେଶ୍ୱର ସାହୁ): ପିଲାଙ୍କ ଜନ୍ମ ଦିନରୁ ମାତାପିତାଙ୍କର ଯେଉଁ ଭଳି ଯତ୍ନ ଓ ଶିକ୍ଷା ମିଳି ଥାଏ, ତଦନୁଯାୟୀ ପିଲା ଭବିଷ୍ୟତରେ ଏକ ସୁନାଗରିକ...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ଦକ୍ଷ ଅଫିସର ପାଇବେ ବଡ଼ ବିଭାଗ, ଆହୁଜାଙ୍କୁ ନୂଆ ଦାୟିତ୍ୱ ମିଳିବ ନା ନାହିଁ ଚର୍ଚ୍ଚାରେ

ଭୁବନେଶ୍ୱର, ୨୫।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଉନ୍ନୟନ କମିଶନର ତଥା ୧୯୯୧ ବ୍ୟାଚ୍‌ ଆଇଏଏସ୍‌ ଅଫିସର୍‌ ଅନୁ ଗର୍ଗଙ୍କୁ ବୁଧବାର ଓଡ଼ିଶାର  ନୂଆ ମୁଖ୍ୟ ଶାସନ...

ଆଜିଠୁ ବଢ଼ିବ ଶୀତ, ଘନ କୁହୁଡ଼ି

ଭୁବନେଶ୍ୱର, ୨୫ା୧୨(ବନ୍ଦନା ସେଠୀ): ରାଜ୍ୟରେ ସର୍ୱନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି ଜନଜୀବନକୁ...

‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’କୁ ଅନୁମୋଦନ

ଭୁବନେଶ୍ୱର,୨୫।୧୨(ରବିନାରାୟଣ ଜେନା): ରାଜ୍ୟର ବରପୁତ୍ରମାନଙ୍କୁ କିଭଳି ସବୁବେଳେ ସମ୍ମାନ ମିଳିବ ସେନେଇ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି। ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଷ୍ଠିତ...

ଜାନୁଆରୀ ୧୦ ସୁଦ୍ଧା ସବୁ ଜିଲାରେ ଧାନକିଣା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫ା୧୧ (ରବିନାରାୟଣ ଜେନା): ଜାନୁଆରୀ ୧୦ ତାରିଖ ସୁଦ୍ଧା ସବୁ ଜିଲାରେ ଧାନ ସଂଗ୍ରହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri