ପୁରୀରେ ମୁଖ୍ୟମନ୍ତ୍ରୀ: ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର କଲେ ତଦାରଖ

ପୁରୀ ଅଫିସ,୧୭ା୧୦: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଗସ୍ତରେ ଆସିଛନ୍ତି। ଶ୍ରୀମନ୍ଦିର ଐତିହ୍ୟ ନିରାପତ୍ତା ବଳୟ ମଧ୍ୟରେ ଚାଲିଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଅପରାହ୍ନରେ ମୁଖ୍ୟମନ୍ତ୍ରୀ ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା। କୋଭିଡ୍‌ କଟକଣା ଯୋଗୁ ଅରୁଣସ୍ତମ୍ଭ ନିକଟରୁ ପତିତପାବନ ଦର୍ଶନ କରି ଆଶୀର୍ବାଦ ନେଇଥିଲେ। ପରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଥିବା ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ତଦାରଖ କରିଥିଲେ। ଏହି ଅବସରରେ ଐତିହ୍ୟ କରିଡର ପରିସର ଉଚ୍ଛେଦ ସ୍ଥଳ ମଧ୍ୟ ଦେଖିଥିଲେ।

ତେବେ ଶୁକ୍ରବାର ଥିଲା ମୁଖ୍ୟମନ୍ତ୍ରୀଙ୍କର ୭୫ତମ ଜନ୍ମ ଜୟନ୍ତୀ। କୋଭିଡ ଯୋଗୁ ନିରାଡାମ୍ବର ଭାବେ ପାଳନ କରାଯାଇଥିଲା। ଆଜି ମୁଖ୍ୟମନ୍ତ୍ରୀ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ସମୟରେ ୫-ଟି ସଚିବ ଭି.କେ ପାଣ୍ଡିଆନ, ଉନ୍ନୟନ କମିଶନର ସୁରେଶ ମହାପାତ୍ର, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରୀଷନ କୁମାର, ଜିଲାପାଳ ବଲଓ୍ବନ୍ତ ସିଂ, ଡିଆଇଜି ଆଶିଷ ସିଂ, ଏସ୍‌ପି ଅଖିଳେଶ୍ୱର ସିଂଙ୍କ ସହ ବହୁ ପଦାଧିକାରୀ ଉପସ୍ଥିତ ଥିଲେ।

Share