୨ ଥାନା, ଏସ୍‌ଡିପିଓ, ଫାଣ୍ଡିର ନୂତନ କୋଠା ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର,୧୩ା୩(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ଅଧୀନ ଛତ୍ରପୁର ଓ ହିଞ୍ଜିଳି ଥାନା, ପୁରୁଷୋତ୍ତମପୁର ଏସ୍‌ଡିପିଓ ଓ ବାଲିପଦର ଆଉଟ୍‌ପୋଷ୍ଟ ନୂତନ ବିଲ୍ଡିଂ ଉଦ୍‌ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏଗୁଡ଼ିକୁ ଲୋକାର୍ପିତ କରିଛନ୍ତି।

ଏନେଇ ଉକ୍ତ ୪ ସ୍ଥାନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଗୁଡ଼ିକରେ ଆଧୁନିକ ବ୍ୟବସ୍ଥା ହୋଇଛି। ଲୋକଙ୍କୁ ପୋଲିସ ସେବା ଦେବାରେ ଆହୁରି ଉନ୍ନତି ଆସିବ ବୋଲି କୁହାଯାଇଛି।