ଭୁବନେଶ୍ୱର,୨୪ା୧୨: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଓଡ଼ିଶାରେ ଆୟୋଜନ ହେବାକୁ ଥିବା ‘ପ୍ରବାସୀ ଭାରତୀୟ ଦିବସ’ ଏବଂ ‘ଉତ୍କର୍ଷ ଓଡ଼ିଶା’ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ନିମନ୍ତ୍ରଣ ଜଣାଇଛନ୍ତି। ପ୍ରବାସୀ ଭାରତୀୟଙ୍କ ସହ ସାଧାରଣ ଜନତା ଓ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ଆୟୋଜନ ଅଧିକ ଭବ୍ୟ ହେବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ‘ଏକ୍ସ’ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି।