Categories: ଜାତୀୟ

ପଛରେ ଅଛନ୍ତି ମୁଖ୍ୟମନ୍ତ୍ରୀ, ଆଗରେ ଫୋଗାଟ, ଜାଣନ୍ତୁ ଭିଆଇପି ସିଟ୍‌ର ପରିଣାମ

ନୂଆଦିଲ୍ଲୀ,୮।୧୦: ହରିୟାଣାର ୯୦ଟି ବିଧାନସଭା ଆସନ ପାଇଁ ହୋଇଥିବା ନିର୍ବାଚନର ଫଳାଫଳ ମଙ୍ଗଳବାର ସକାଳୁ ଆସିବାରେ ଲାଗିଛି। ଏଠାରେ ମୁଖ୍ୟମନ୍ତ୍ରୀ ନାୟବ ସିଂ ସୋନି, ଭୁପିନ୍ଦର ସିଂ ହୁଡ୍ଡା, ଭିନେଶ ଫୋଗାଟ, ସଞ୍ଚିତ ସିଂ ଚୌଟାଲା, ଦୁଷ୍ୟନ୍ତ ଚୌଟାଲା, ଗୋପାଳ କାଣ୍ଡା, ସାବିତ୍ରୀ ଜିନ୍ଦଲଙ୍କ ସମେତ ଆଉ କେେତେଜଣ ବଡ ଚେହେରା ମଇଦାନରେ ଅଛନ୍ତି। ଏବେ ସମସ୍ତଙ୍କ ନଜର ରାଜ୍ୟର ଏସବୁ ଭିଆଇପି ସିଟ୍‌ ଉପରେ।
ହରିୟାଣାର ମୁଖ୍ୟମନ୍ତ୍ରୀ ନାୟବ ସିଂ ସୋନି କୁରୁକ୍ଷେତ୍ରର ଲାଡଓ୍ବା ଓ ଭୁପିନ୍ଦର ସିଂ ହୁଡ୍ଡା ରୋହତକର ଗଡି ସାମ୍ପଲା ନିର୍ବାଚନ ମଣ୍ଡଳୀରୁ ଭାଜପା ପ୍ରାର୍ଥୀ ହୋଇଛନ୍ତି। ସେହିପରି ଜୁଲାନା ଆସନରୁ ଭିନେଶ ଫୋଗାଟ କଂଗ୍ରେସର ପ୍ରାର୍ଥୀ ହୋଇଥିବା ବେଳେ ଏବେ ଏମାନଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ତେବେ ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ସୁଦ୍ଧା ସୋନି ଏବଂ ହୁଡ୍ଡା ପଛରେ ଥିବା ବେଳେ ଫୋଗାଟ ଆଗରେ ରହିଥିବା ଜଣାପଡିଛି। ହରିୟାଣାରେ କଂଗ୍ରେସ ସରକାର ଗଠନ କରିବ ବୋଲି ଏକଜିଟ ପୋଲ୍‌ ଆକଳନ କରିଥିବା ବେଳେ ଫୋଗାଟ ଆଗୁଆ ଚାଲିବା ଭାଜପାକୁ ହୁଏତ ଚିନ୍ତାରେ ପକାଇପାରେ।

Share