Posted inଜାତୀୟ

ମୁଖ୍ୟମନ୍ତ୍ରୀ ବଛା ଚାଲିଛି, ୧୮ରେ ଶପଥ

ବେଙ୍ଗାଲୁରୁ,୧୫ା୫: କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ନିଷ୍ପତ୍ତି ନେବେ। ନୂଆ ନେତା ଚୟନ ପାଇଁ ବେଙ୍ଗାଲୁରୁର ଏକ ପଞ୍ଚତାରକା ହୋଟେଲରେ ବସିଥିବା କଂଗ୍ରେସ ବିଧାୟକ ଦଳ (ସିଏଲ୍‌ପି) ବୈଠକ ଏଥିପାଇଁ ସର୍ବସମ୍ମତିକ୍ରମେ ଖାର୍ଗେଙ୍କୁ କ୍ଷମତା ପ୍ରଦାନ କରିଛି । କିନ୍ତୁ ମୁଖ୍ୟମନ୍ତ୍ରୀ ଚୟନ ଚୂଡ଼ାନ୍ତ ହେବା ପୂର୍ବରୁ ଶପଥ ଗ୍ରହଣ ତାରିଖ ଘୋଷଣା କରାଯାଇଛି ।

୨୨୪ ଆସନ ବିଶିଷ୍ଟ କର୍ନାଟକ ବିଧାନସଭାର ୧୩୫ ଆସନ ଦଖଲ କରିବା ପରେ କଂଗ୍ରେସ ନିର୍ବାଚନରେ ଭାଜପାକୁ ପରାଜିତ କରିଛି। କିନ୍ତୁ ଦଳ ଭିତରେ ଆଉ ଏକ ଲଢ଼େଇ ଚାଲିଛି। ତାହା ହେଲା ମୁଖ୍ୟମନ୍ତ୍ରୀ ପଦକୁ ନେଇ। କର୍ନାଟକ ପ୍ରଦେଶ କଂଗ୍ରେସ କମିଟି (କେପିସିସି) ସଭାପତି ଡି.କେ. ଶିବକୁମାର ଏବଂ ବିରୋଧୀ ଦଳ ନେତା ସିଦ୍ଦାରାମାୟାଙ୍କ ମଧ୍ୟରୁ ଜଣେ ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିବା ଏକପ୍ରକାର ନିଶ୍ଚିତ। ନାମ ଚୂଡ଼ାନ୍ତ କରିବା ପାଇଁ ବେଙ୍ଗାଲୁରୁର ଏକ ପଞ୍ଚତାରକା ହେଟେଲରେ ଆଲୋଚନା ହୋଇଛି। ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଯାହାଙ୍କ ନାମରେ ମୋହର ଦେବେ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ ବୋଲି କଂଗ୍ରେସ ବିଧାୟକ ଦଳ (ସିଏଲ୍‌ପି) ବୈଠକରେ ସଂକଳ୍ପ ନିଆଯାଇଛି। ମୁଖ୍ୟମନ୍ତ୍ରୀ ଓ କ୍ୟାବିନେଟ ମନ୍ତ୍ରୀମାନେ ଗୁରୁବାର ଶପଥ ନେବେ ବୋଲି କଂଗ୍ରେସ ସୂତ୍ରରୁ ପ୍ରକାଶ। ଗାନ୍ଧୀ ପରିବାର ଓ ଖାର୍ଗେ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ। କଂଗ୍ରେସ ସମସ୍ତ ସମଭାବାପନ୍ନ ଦଳକୁ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିଛି। କ୍ୟାବିନେଟର ଚୂଡ଼ାନ୍ତ ରୂପରେଖ ଦିନେ ଦୁଇଦିନ ମଧ୍ୟରେ ସାମ୍ନାକୁ ଆସିବ ବୋଲି ତଥ୍ୟାଭିଜ୍ଞ ମହଲରେ ଆଲୋଚନା ହେଉଛି।
ସୂଚନାନୁସାରେ ସିଏଲ୍‌ପି ବୈଠକରେ ଏଆଇସିସି ସାଧାରଣ ସମ୍ପାଦକ (ସଙ୍ଗଠନ) କେ.ସି. ବେଣୁଗୋପାଳଙ୍କ ସହ କଂଗ୍ରେସର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସୁଶୀଲ କୁମାର ଶିନ୍ଦେ(ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ), ଜିତେନ୍ଦ୍ର ସିଂ (ଏଆଇସିସି ସାଧାରଣ ସମ୍ପାଦକ) ଏବଂ ଦୀପକ ବାବରିଆ (ପୂର୍ବତନ ସାଧାରଣ ସମ୍ପାଦକ) ଉପସ୍ଥିତ ଥିଲେ। ସେମାନେ ସିଦ୍ଦାରାମାୟା ଓ ଶିବକୁମାରଙ୍କ ସମେତ ଅନ୍ୟ ବିଧାୟକମାନଙ୍କ ସହ ଆଲୋଚନା କରିଛନ୍ତି। ସେମାନଙ୍କ ମତାମତ ନେଇ ଏକ ସଙ୍କଳ୍ପନାମା ଗୃହୀତ ହୋଇଛି, ଯାହାକୁ ଏଆଇସିସି ଅଧ୍ୟକ୍ଷ ଖାର୍ଗେଙ୍କ ନିକଟରେ ଉପସ୍ଥାପନ କରାଯିବ। ଅନ୍ୟପକ୍ଷେ ଏହି ଆଲୋଚନା ବେଳେ ହୋଟେଲ ବାହାରେ ଉଭୟ ଶିବକୁମାର ଓ ସିଦ୍ଦାରାମାୟା ଗୋଷ୍ଠୀର ବିଧାୟକମାନେ ନିଜ ନିଜ ନେତାଙ୍କ ସପକ୍ଷରେ ସ୍ଲୋଗାନ ଦେଇଥିଲେ। ଇତିମଧ୍ୟରେ ଶିବକୁମାର ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଗ୍ରହୀ ଥିବା ସଙ୍କେତ ଦେଇଛନ୍ତି। ସେ ଦଳ ପାଇଁ ଅନେକ ଥର ତ୍ୟାଗ କରି ସିଦ୍ଦାରାମାୟାଙ୍କ ସହ ରହିଆସିଥିବା କହିଛନ୍ତି। ସିଦ୍ଦାରାମାୟାଙ୍କ ସମର୍ଥକ ତାଙ୍କ ବେଙ୍ଗାଲୁରୁ ବାସଭବନରେ ପୋଷ୍ଟର ଲଗାଇଛନ୍ତି, ଯହିଁରେ ଏହି ଷ୍ଟଲଓ୍ବାର୍ଟଙ୍କୁ କର୍ନାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ପ୍ରଦର୍ଶିତ କରାଯାଇଛି। ସୋମବାର ୬୧ ବର୍ଷରେ ପଦାର୍ପଣ କରିବାକୁ ଥିବା ଶିବକୁମାରଙ୍କ ବାସଭବନ ବାହାରେ ମଧ୍ୟ ଜନ୍ମଦିନର ଶୁଭେଚ୍ଛା ବାର୍ତ୍ତା ସହ କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ବୋଲି ସମ୍ବୋଧନ କରାଯାଇଛି। ବିଦାୟୀ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ କଂଗ୍ରେସର ଦୁଇ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଇତିମଧ୍ୟରେ ହରପାନହାଲ୍ଲିର ନବନିର୍ବାଚିତ ସ୍ବାଧୀନ ବିଧାୟିକା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ବର୍ଗତ ଏମ୍‌.ପି. ପ୍ରକାଶଙ୍କ ଝିଅ ଲତା ମଲ୍ଲିକାର୍ଜୁନ କଂଗ୍ରେସକୁ ନିଃସର୍ତ୍ତ ସମର୍ଥନ ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିର ଟ୍ରଷ୍ଟ ଦେଲା ବଡ଼ ସୂଚନା, କହିଲା ଲଡୁରେ ପବିତ୍ରତା ରହିଛି

ହାଇଦ୍ରାବାଦ,୨୧ା୯: ତିରୁପତି ବାଲାଜୀରେ ଲଡୁ ପ୍ରସାଦ ପୁଣି ଉପଲବ୍ଧ। ଏନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ମନ୍ଦିର ଟ୍ରଷ୍ଟ କହିଛି ପ୍ରସାଦ ଲଡୁରେ ପବିତ୍ରତା...

‘ସରକାରୀ ନିୟନ୍ତ୍ରଣରୁ ମୁକ୍ତ ହେଉ ହିନ୍ଦୁ ମନ୍ଦିର’

ହାଇଦ୍ରାବାଦ,୨୧ା୯: ତିରୁପତି ମନ୍ଦିରର ପ୍ରସାଦ ଲଡୁରେ ପଶୁ ଚର୍ବି ମିଶ୍ରଣ ପ୍ରସଙ୍ଗ ବୃଦ୍ଧି ପାଇବାରେ ଲାଗିଛି। ଅନେକ ରାଜନୈତିକ ଦଳ ଏହି ପ୍ରସଙ୍ଗରେ କ୍ରୋଧ ପ୍ରକାଶ...

୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଗର୍ଭବତୀ କଲେ ଅବସରପ୍ରାପ୍ତ ବିଡିଓଙ୍କ ପୁଅ: ଗର୍ଭପାତ ନ କରିବାରୁ…

ଫତେହପୁର,୨୧।୯: ଉତ୍ତର ପ୍ରଦେଶର ଫତେହପୁର ଜିଲାର ଜଣେ ଗର୍ଭବତୀ ହାଇସ୍କୁଲର ଛାତ୍ରୀଙ୍କ ହତ୍ୟା ମାମଲାର ପର୍ଦ୍ଦାଫାଶ ହୋଇଛି। ପୋଲିସ ଛାତ୍ରୀଙ୍କ ପ୍ରେମିକ ଶିବୁ ରାୟଦାସଙ୍କୁ ଗିରଫ...

ତିରୁପତି ମନ୍ଦିର ଲଡୁକୁ ନେଇ ବଡ଼ ଖୁଲାସା କଲେ ପୂର୍ବତନ ମୁଖ୍ୟ ପୁରୋହିତ

ନୂଆଦିଲ୍ଲୀ,୨୧।୯: ତିରୁପତି ମନ୍ଦିର ଲଡୁ ପ୍ରସଙ୍ଗ ବର୍ତ୍ତମାନ ଏକ ରାଜନୈତିକ ମୋଡ ନେଇଛି। ମନ୍ଦିରର ଲଡୁ ଅର୍ଥାତ୍‌ ପ୍ରସାଦ ତିଆରି କରିବା ପାଇଁ ଘିଅ ବଦଳରେ...

କିଏ ସେହି ବ୍ୟକ୍ତି, ଯିଏ କିରାଣିରୁ ହୋଇଥିଲେ ସୁପ୍ରିମକୋର୍ଟ ବିଚାରପତି, ଜାଣନ୍ତୁ ତାଙ୍କର ପୂରା କ୍ୟାରିୟର ବିଷୟରେ…

ନୂଆଦିଲ୍ଲୀ,୨୧ା୯: ଜଣେ ବ୍ୟକ୍ତି ଯେତେ ଗରିବ ହୁଅନ୍ତୁ ନା କାହିଁକି, ଯଦି ତାଙ୍କର ଇଚ୍ଛା ଥାଏ, ତେବେ ସେ ନିଜ ରାସ୍ତା ନିଜେ ଖୋଜି ପାଇଥାନ୍ତି।...

ଶିକ୍ଷାମନ୍ତ୍ରୀଙ୍କୁ ‘ପଲଟୁରାମ’ କହି ଫସିଲେ କର୍ମଚାରୀ: ସରକାର ନେଲେ ଏଭଳି କାର୍ଯ୍ୟାନୁଷ୍ଠାନ

ଜୟପୁର,୨୧।୯: ରାଜସ୍ଥାନର ଯୋଧପୁରରେ ଶିକ୍ଷା ମନ୍ତ୍ରୀ ମଦନ ଦିଲୱାରଙ୍କ ପୋଷ୍ଟରକୁ ନେଇ ବିବାଦ ପରେ ରାଜ୍ୟ ସରକାର ଏହି ପ୍ରସଙ୍ଗରେ ଶିକ୍ଷା ବିଭାଗର କର୍ମଚାରୀ ନେତା...

ନଭେମ୍ବର-ଡିସେମ୍ବରରେ ୩୫ ଲକ୍ଷ ଯୋଡ଼ି କରିବେ ବିବାହ: ଖର୍ଚ୍ଚ ହେବ ୪.୨୫ ଲକ୍ଷ କୋଟି

ନୂଆଦିଲ୍ଲୀ,୨୧।୯:ଆସନ୍ତା ନଭେମ୍ବର ଓ ଡିସେମ୍ବରରେ ଭାରତରେ ପ୍ରାୟ ୩୫ ଲକ୍ଷ ଯୋଡ଼ି ବିବାହ କରିବେ। ଏଥିପାଇଁ ୪.୨୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି...

କଂଗ୍ରେସର ମାଷ୍ଟରଷ୍ଟ୍ରୋକ: ଭାଜପା ସହଯୋଗୀକୁ ଲାଗିଲା ବଡ଼ ଝଟ୍‌କା

ବେଙ୍ଗାଲୁରୁ,୨୧।୯: କର୍ନାଟକରେ ଜନତା ଦଳ ଧର୍ମନିରପେକ୍ଷ (ଜେଡିଏସ)କୁ ଏକ ବଡ଼ ଝଟ୍‌କା ଲାଗିଛି। ଚାନ୍ନାପାଟନା ସିଟି ମ୍ୟୁନିସିପାଲିଟି କାଉନସିଲରେ ୧୬ଜଣ ଜେଡିଏସ କାଉନସିଲରଙ୍କ ମଧ୍ୟରୁ ୧୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri