Categories: ଜାତୀୟ

ବିଚାରପତି ରମନାଙ୍କ ବିରୋଧରେ ୮ ପୃଷ୍ଠାର ଅଭିଯୋଗ ଭରା ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ଜଗନମୋହନ

ହାଇଦ୍ରାବାଦ, ୧୧।୧୦: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌, ଜଗନମୋହନ ରେଡ୍ଡୀ ସୁପ୍ରିମ୍‌କୋର୍ଟର ବରିଷ୍ଠ ବିଚାରପତି ଏନ.ଭି. ରମନାଙ୍କ ବିରୋଧ ଅଭିଯୋଗ ଆଣିଛନ୍ତି। ସେ ଏନେଇ ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍‌ଡେଙ୍କ ପାଖକୁ ୮ ପୃଷ୍ଠାର ଅଭିଯୋଗ ଭରା ଚିଠି ଲେଖିଛନ୍ତି। ଏସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅଜେୟ କଲ୍ଲାମ ସୂଚନା ଦେଇଛନ୍ତି। ରମନା ଆନ୍ଧ୍ରପ୍ରଦେଶ ସରକାରଙ୍କୁ ଅସ୍ଥିର କରିବା ଲାଗି ଉଦ୍ୟମ କରୁଥିବା ଜଗନମୋହନ କହିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କର ଏଥିରେ ସମ୍ପୃକ୍ତି ଥିବା ଜଗନମୋହନ ଚିଠିଲେ ଉଲ୍ଲେଖ କରିଛନ୍ତି। ରମନା ଆନ୍ଧ୍ରପ୍ରଦେଶ ହାଇକୋର୍ଟ ସିଟିଂକୁ ପ୍ରଭାବିତ କରିବା ଉଦ୍ୟମ କରିଥିବା ସେ ଅଭିଯୋଗ କରିଛନ୍ତି। ଏଥିରେ କେତେକ ସମ୍ମାନୀୟ ବିଚାରପତିଙ୍କ ରୋଷ୍ଟର ମଧ୍ୟ ସାମିଲ ଥିବା ଚିଠିରେ ଦର୍ଶାଯାଇଛି। ଚିଠି ଅକ୍ଟୋବର ୬ରେ ଲେଖା ଯାଇଥିବା କୁହାଯାଉଛି।

Share