ହାବିଲଦାର, କନଷ୍ଟେବଲ୍‌ଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କଟକ,୧୭ା୧୨(କାର୍ତ୍ତିକ ସାହୁ):ଓଡ଼ିଶା ପୋଲିସ ହାବିଲଦାର, କନଷ୍ଟେବଲ୍‌ ଓ ସିପାହୀ ସଂଘର ୪୫ତମ ବାର୍ଷିକ ଉତ୍ସବ କଟକ ଓଏସ୍‌ଏପି ଷଷ୍ଠ ବାଟାଲିୟନ ପରିସରରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଛନ୍ତି, ହାବିଲ୍‌ଦାର, କନ୍‌ଷ୍ଟେବଲ୍‌ ଓ ସିପାହୀମାନେ ଏଥର ବର୍ଷରେ ଏକ ମାସର ଦରମା ଅଧିକ ପାଇବେ। ନୂତନ ବେତନ ହାରରେ ସେମାନଙ୍କୁ ଏହି ଦରମା ପ୍ରଦାନ କରାଯିବ। ଏଥିସହ ହାବିଲଦାର ଓ କନ୍‌ଷ୍ଟେବଲ୍‌ମାନେ ପୂର୍ବରୁ ସାଇକେଲ ଭତ୍ତା ବାବଦରେ ୩୦୦ ଟଙ୍କା ପାଉଥିବାବେଳେ ମୋଟର ସାଇକେଲ ଭତ୍ତା ବାବଦରେ ଏକ ହଜାର ଟଙ୍କା ପାଇବେ। ଏଥିସହ ପୂର୍ବରୁ ପୋଷାକ ଭତ୍ତା ୫ ହଜାର ବଦଳରେ ଏଣିକି ୧୦ ହଜାର ଟଙ୍କା ମିଳିବ। ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନିଆଯିବ। ଭୁବନେଶ୍ୱରଠାରେ ମହାସଂଘର ନୂତନ ଗୃହ ନିର୍ମାଣ ପାଇଁ ଆବଶ୍ୟକ ଅର୍ଥ ଯୋଗାଇ ଦିଆଯିବ। ରାଜ୍ୟର ପ୍ରଗତି ପାଇଁ ସବୁଠାରୁ ମହତ୍ୱପୂର୍ଣ୍ଣ ଭୂମିକା ରାଜ୍ୟର ପୋଲିସ ବଳ ତୁଲାଇଥାନ୍ତି। ଏହି ପୋଲିସ ବିଭାଗରେ କନ୍‌ଷ୍ଟେବଲ ଏବଂ ସିପାହୀମାନେ ସବୁଠାରୁ ଗୁରୁ ଦାୟିତ୍ୱ ତୁଲାଉଛନ୍ତି। ତ୍ରୁଣମୂଳ ସ୍ତରରେ ଆଇନ ଶୃଙ୍ଖଳାଠାରୁ ଆରମ୍ଭ କରି ଗୋଇନ୍ଦା ପାଇଁ ଖବର ସଂଗ୍ରହ କରିବା ପରି ଦାୟିତ୍ୱ ତୁଲାଉଛନ୍ତି। କନ୍‌ଷ୍ଟେବଲ୍‌ ଏବଂ ସିପାହୀମାନେ ପୋଲିସ ବିଭାଗର ମେରୁଦଣ୍ଡ ସଦୃଶ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ଏଥିରେ ସମ୍ମାନିତ ଅତିଥି ଭାବେ କଟକ ସଦର ବିଧାୟକ ଇଂ. ପ୍ରକାଶ ସେଠୀ ଯୋଗଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ଯୋଗଦେଇ କନ୍‌ଷ୍ଟେବଲ୍‌ ଏବଂ ସିପାହୀଙ୍କ ସହଯୋଗ ବିନା ପୋଲିସ କେବେ ସଶକ୍ତ କିମ୍ବା ସମୃଦ୍ଧ ହୋଇପାରିବ ନାହିଁ ବୋଲି କହିଥିଲେ। ସଂଘ ସଭାପତି ଅନିଲ କୁମାର ଷଣ୍ଢ ଏଥିରେ ଅଧ୍ୟକ୍ଷତା କରିଥିବାବେଳେ ସାଧାରଣ ସମ୍ପାଦକ କିଶୋର କୁମାର ମହାନ୍ତି ବିବରଣୀ ପାଠ କରିଥିଲେ।
ଏହି ଅବସରରେ ସଂଘ ପକ୍ଷରୁ କେତେକ ମୌଳିକ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ସ୍ବାସ୍ଥ୍ୟ ବୀମା, ମୋଟର ସାଇକେଲ ଭତ୍ତା ପ୍ରଦାନ, ପୋଷାକ ଭତ୍ତା ବୃଦ୍ଧି କରିବା, ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ନିଯୁକ୍ତି, ମେଡିକାଲରେ କର୍ମଚାରୀଙ୍କ ପାଇଁ ସ୍ବତନ୍ତ୍ର ବେଡ୍‌ ସଂରକ୍ଷଣ ରହିବା, ମହାସଂଘ ଗୃହର ପୁନରୁଦ୍ଧାର ଏବଂ ଷଷ୍ଠ ବାଟାଲିୟନ ପରିସରରେ ପୂର୍ତ୍ତ ବିଭାଗ ଅଧୀନରେ ଥିବା ଜାଗାକୁ ଷଷ୍ଠ ବାଟାଲିୟନ ନାମରେ ନାମିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଥିଲା। ଉପସଭାପତି ସନ୍ତୋଷ କୁମାର ମହାନ୍ତି ଧନ୍ୟବାଦ ଦେଇଥିଲେ। ଷଷ୍ଠ ବାଟାଲିୟନ ସଂଘ ସଭାପତି ଅଶୋକ ବେହେରାଙ୍କ ସମେତ ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ପଞ୍ଚାୟତ ରାଜ ଦିବସରେ ହିତାଧିକାରୀଙ୍କୁ ମିଳିଲା ନୂତନ ରାଶନ କାର୍ଡ

କର୍ଲାମୁଣ୍ଡା,୨୪।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଡ଼ିଓ ଦେବେନ୍ଦ୍ର...

“ସେନାର ଆବଶ୍ୟକତା ନାହିଁ, ଆତଙ୍କବାଦୀଙ୍କୁ ଆମ ହାତରେ ଦେଇଦିଅ”: ମୃତ ଘୋଡ଼ା ଚାଳକଙ୍କ ମାଉସୀ

ନୂଆଦିଲ୍ଲୀ,୨୪।୪: ଜମ୍ମୁ ଓ କାଶ୍ମୀରର ପାହାଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ କେବଳ ଜଣେ ସ୍ଥାନୀୟ ବ୍ୟକ୍ତି, ସୟେଦ ଆଦିଲ ହୁସେନଙ୍କର ମୃତ୍ୟୁ ଘଟିଛି। ଆଦିଲ ପର୍ଯ୍ୟଟକମାନଙ୍କୁ...

Pahalgam Terror Attack: କେମିତି ଥିଲା ଆତଙ୍କବାଦୀଙ୍କ ଚେହେରା, କୁନି ପୁଅ ବଖାଣିଲା…

ଶ୍ରୀନଗର,୨୪।୪: ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ଏବଂ ଅଳ୍ପକେ ରକ୍ଷା ପାଇଥିବା ଲୋକଙ୍କ ଦୁଃଖର କାହାଣୀ ବିଶ୍ୱକୁ ଶୁଣାଉଛନ୍ତି। ଏହି Terror...

ଡାଇବେଟିସ୍‌ ରୋଗୀ ଖାଇପାରିବେ କି ତରଭୁଜ: ଜାଣନ୍ତୁ କ’ଣ କୁହନ୍ତି ଏକ୍ସପର୍ଟ

ଗ୍ରୀଷ୍ମ ଋତୁରେ ପ୍ରାୟ ସବୁଠାରେ ତରଭୁଜ ବିକ୍ରି ହେଉଥିବା ଦେଖିବାକୁ ମିଳେ। ଏହା କେବଳ ସ୍ବାଦରେ ମିଠା ନୁହେଁ ବରଂ ଶରୀରକୁ ଥଣ୍ଡା ମଧ୍ୟ କରିଥାଏ।...

ଦୀର୍ଘ ୩ ଦିନ ପରେ ପାଗଳ ମାଙ୍କଡ଼କୁ କାବୁ କଲା ବନ ବିଭାଗ

ଗଞ୍ଜାମ,୨୪ା୪(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ଗତ କିଛି ଦିନ ହେବ ମାଙ୍କଡ଼ ଆତଙ୍କରେ ଲୋକେ ଅତିଷ୍ଠ ହୋଇ ପଡ଼ିଥିଲେ। ଗତ ମଙ୍ଗଳବାର...

ତୁମୁଡିବନ୍ଧରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ: ସଭା କାର୍ଯ୍ୟରେ ଫାଙ୍କା ପଡ଼ିଲା ଚୌକି

ତୁମୁଡିବନ୍ଧ,୨୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକ ପ୍ରଶାସନ ପକ୍ଷରୁ ଗୁରୁବାର ବ୍ଲକସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି। ହେଲେ ଅଳ୍ପ ସଂଖ୍ୟକ...

Pahalgam Terror Attack: କିଛି ତ ବଡ଼ ଘଟଣା ଘଟିବ…? ବର୍ଡରରେ ଆଲର୍ଟ, ଦିଲ୍ଲୀରେ ହାର୍ଡ ଲେଭଲ ମିଟିଂ, ଶ୍ରୀନଗର ଯିବେ ସେନା ମୁଖ୍ୟ

ନୂଆଦିଲ୍ଲୀ,୨୪।୪: Pahalgam Terror Attack ପରେ, ଭାରତ ସରକାର ଆକ୍ସନ ମୋଡରେ ଅଛନ୍ତି। ଭାରତ-ପାକିସ୍ତାନ ସୀମା ମଧ୍ୟ ସତର୍କ ରହିଛି। ଏବେ ଭାରତୀୟ ସେନା ମୁଖ୍ୟ...

କେସିଙ୍ଗାରେ ଜାତୀୟ ପଞ୍ଚାୟତିରାଜ ଦିବସ

କେସିଙ୍ଗା,୨୪ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପରିସରରେ ବ୍ଲକସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ବ୍ଲକ ପରିସରରେ ମଧ୍ୟରେ ଗୁରୁବାର ମହାସାମାରୋହ ପାଳିତ ହୋଇଯାଇଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image