ସ୍ବାଧୀନତା ଦିବସରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ : ଋତୁସ୍ରାବରେ ମିଳିବ…

କଟକ,୧୫।୮: ରାଜ୍ୟରେ ମହିଳାଙ୍କୁ ମିଳିବ ଋତୁସ୍ରାବ ଛୁଟି । କଟକରେ ସ୍ବାଧୀନତା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହି ଘୋଷଣା କରିଛନ୍ତି । ସରକାରୀ ଓ ଘରୋଇ କ୍ଷେତ୍ରରେ କାମ କରୁଥିବା ମହିଳାମାନେ ଋତୁସ୍ରାବ ଦିନ କିମ୍ବା ତା ପରଦିନ ଯେକୌଣସି ଗୋଟିଏ ଦିନ ଛୁଟି ନେଇପାରିବେ । ଏହି ଛୁଟି ଇଚ୍ଛାଧୀନ ରହିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।
୧୯୯୨ରୁ ବିହାରରେ ଋତୁସ୍ରାବ ଛୁଟି ମିଳୁଛି । ବିହାରରେ ଲାଲୁ ପ୍ରସାଦ ଯାଦବ ମୁଖ୍ୟମନ୍ତ୍ରୀ ଥିବା ସମୟରେ ମହିଳାଙ୍କୁ ଋତୁସ୍ରାବ ପାଇଁ ଦୁଇ ଦିନ ଛୁଟି ଘୋଷଣା କରିଥିଲେ । ଗତ ଜାନୁଆରୀରୁ କେରଲରେ ମଧ୍ୟ ଏହି ବ୍ୟବସ୍ଥା ଲାଗୁ ହୋଇଛି । ସେଠାରେ ମହିଳାଙ୍କୁ ଋତୁସ୍ରାବ ପାଇଁ ତିନି ଦିନ ଛୁଟି ଦିଆଯାଉଛି। ଆଠଟି ଦେଶରେ ମଧ୍ୟ କର୍ମଜୀବୀ ମହିଳାଙ୍କୁ ଋତୁସ୍ରାବ ପାଇଁ ଛୁଟି ଦିଆଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଭିତରକାଠରେ ପଡ଼ିଲା ବାନ୍ତି: ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ

ପୁରୀ,୨୮ା୪: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବଡ଼ ମହାସ୍ନାନ କରାଯାଇଛି। ଭିତରକାଠ ନିକଟରେ କେହି ବାନ୍ତି କରିଦେବାରୁ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ହୋଇଛି। ଏନେଇ ସ୍ବତନ୍ତ୍ର ନୀତିକାନ୍ତି କରାଯିବ।...

ଆଇନଜୀବୀ ଦିବସ, ମଧୁବାବୁଙ୍କ ଜୟନ୍ତୀ ପାଳିତ

ଦିଗପହଣ୍ଡି,୨୮ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ସୋମବାର ଆଇନଜୀବୀ ଦିବସ ଓ ମଧୁବାବୁ ଜୟନ୍ତୀ ପାଳିତ ହୋଇଯାଇଛି। ଓକିଲ...

୧୦ ହଜାର ନଳକୂପରୁ ବାହାରୁଛି ଲୁଣିପାଣି

କେନ୍ଦ୍ରାପଡ଼ା,୨୮ା୪(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ୭ ନଦୀ ପ୍ରବାହିତ ହେଉଥିବା ସତ୍ତ୍ୱେ ଏଠାରେ ପାନୀୟ ଜଳ ସଙ୍କଟ ଏକ ମୁଖ୍ୟ ସମସ୍ୟା ହୋଇରହିଛି। କାରଣ ମହାନଦୀ,...

ଅଧିକାରୀଙ୍କ ଗାଡ଼ି ଧକ୍କାରେ ଚାଲିଗଲା ବାଇକ୍‌ଚାଳକଙ୍କ ଜୀବନ

ପାଟଣା,୨୮ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡ଼ା ଉଦୟପୁର ବରବେଡ଼ା ରାସ୍ତାର ଖୁଣ୍ଟାପଡ଼ା ପଞ୍ଚାୟତ ଚାତର ପାଣି ନିକଟରେ ସୋମବାର ପୂର୍ବାହ୍ନରେ ସରକାରୀ ବାବୁଙ୍କ...

ଫସଲ ଉଜାଡ଼ିଲା କାଳବୈଶାଖୀ: ଝଡ଼ି ପଡ଼ିଛି ଅମଳକ୍ଷମ ଧାନ, ଚାଷୀ ଚିନ୍ତିତ

ବରଗଡ଼,୨୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଅଳ୍ପଦିନ ପରେ ରବିଧାନ ଅମଳ ଆରମ୍ଭ ହେବ। କିନ୍ତୁ ଏବେ କାଳବୈଶାଖୀ ଜିଲାର ଚାଷୀଙ୍କ ପାଇଁ କାଳ ସାଜିଛି। ଏହାର...

ସୁନା ବ୍ୟବସାୟୀଙ୍କୁ ମାଡ଼ ମାରି ଗହଣା ବ୍ୟାଗ୍‌ ଲୁଟିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଟାଉନ ଥାନା ଅନ୍ତର୍ଗତ ନରଣପୁରଠାରେ ସାହୁ ଜୁଏଲାରୀ ଓ୍ବର୍କସପ୍‌ ମାଲିକ ଦୀପକ ସାହୁଙ୍କୁ ମାଡ଼ ମାରି ୫ ଲକ୍ଷରୁ ଊଦ୍ଧର୍‌ବ ଟଙ୍କାର...

କମ୍ପାନୀରୁ ଶ୍ରମିକଙ୍କୁ ଆଣି ଆସୁଥିବାବେଳେ ଓଲଟିଲା ବସ୍‌: ଜଣେ ମୃତ

ସୁନ୍ଦରଗଡ଼,୨୮ା୪(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିରି ଥାନା ଅନ୍ତର୍ଗତ ଏନ୍‌ଟିପିସି ଡୁଲଙ୍ଗା କୋଇଲା ଖଣି ଭିତରେ ବସ୍‌ ଦୁର୍ଘଟଣା ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ...

ଘରେ ପଇସା ରଖନ୍ତି ନାହିଁ ମହିଳା, ଜାଣନ୍ତୁ ଏହା ପଛର ମୁଖ୍ୟ କାରଣ…

ଭବାନୀପାଟଣା,୨୮।୪ (ଉତ୍ତମ କୁମାର ଦାଶ): ପୁରାତନ କାଳରେ ଯେତେବେଳେ ଟଙ୍କାର ପ୍ରଚଳନ ନ ଥିଲା ସେତେବେଳେ ମଣିଷ ନିଜର ଦୈନନ୍ଦିନ ଜୀବନର ଚାହିଦା ମେଣ୍ଟାଇବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image