ସ୍ବାଧୀନତା ଦିବସରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ : ଋତୁସ୍ରାବରେ ମିଳିବ…

କଟକ,୧୫।୮: ରାଜ୍ୟରେ ମହିଳାଙ୍କୁ ମିଳିବ ଋତୁସ୍ରାବ ଛୁଟି । କଟକରେ ସ୍ବାଧୀନତା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହି ଘୋଷଣା କରିଛନ୍ତି । ସରକାରୀ ଓ ଘରୋଇ କ୍ଷେତ୍ରରେ କାମ କରୁଥିବା ମହିଳାମାନେ ଋତୁସ୍ରାବ ଦିନ କିମ୍ବା ତା ପରଦିନ ଯେକୌଣସି ଗୋଟିଏ ଦିନ ଛୁଟି ନେଇପାରିବେ । ଏହି ଛୁଟି ଇଚ୍ଛାଧୀନ ରହିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।
୧୯୯୨ରୁ ବିହାରରେ ଋତୁସ୍ରାବ ଛୁଟି ମିଳୁଛି । ବିହାରରେ ଲାଲୁ ପ୍ରସାଦ ଯାଦବ ମୁଖ୍ୟମନ୍ତ୍ରୀ ଥିବା ସମୟରେ ମହିଳାଙ୍କୁ ଋତୁସ୍ରାବ ପାଇଁ ଦୁଇ ଦିନ ଛୁଟି ଘୋଷଣା କରିଥିଲେ । ଗତ ଜାନୁଆରୀରୁ କେରଲରେ ମଧ୍ୟ ଏହି ବ୍ୟବସ୍ଥା ଲାଗୁ ହୋଇଛି । ସେଠାରେ ମହିଳାଙ୍କୁ ଋତୁସ୍ରାବ ପାଇଁ ତିନି ଦିନ ଛୁଟି ଦିଆଯାଉଛି। ଆଠଟି ଦେଶରେ ମଧ୍ୟ କର୍ମଜୀବୀ ମହିଳାଙ୍କୁ ଋତୁସ୍ରାବ ପାଇଁ ଛୁଟି ଦିଆଯାଉଛି ।