Posted inରାଜ୍ୟ

ସାଧାରଣ ଲୋକଙ୍କ ସମସ୍ୟା ଶୁଣି ସମାଧାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି

ଭୁବନେଶ୍ୱର,୩।୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗୋଟିଏ ବହୁରାଷ୍ଟ୍ରୀୟ କମ୍ପାନୀର ବରିଷ୍ଠ ପ୍ରତିନିଧିଙ୍କୁ ଯେତିକି ଗୁରୁତ୍ୱ ଦେଉଛନ୍ତି, ଜଣେ ସାଧାରଣ ଲୋକ ମଧ୍ୟ ସେତିକି ଗୁରୁତ୍ଵ ଦେଉଛନ୍ତି। ସଧାରଣ ଲୋକର ସମସ୍ୟାକୁ ମଧ୍ଯ ମୁଖ୍ୟମନ୍ତ୍ରୀ ଗୁରୁତ୍ଵ ଦେଇ ଶୁଣି ସମାଧାନ ପାଇଁ ନିର୍ଦ୍ଦେଶ ଦେଉଛନ୍ତି। ବୁଧବାର ମୁଖ୍ୟମନ୍ତ୍ରୀ କେନ୍ଦୁଝରର ଜଣେ ସାଧାରଣ ଗରିବ କୃଷକ ର ସମସ୍ୟା ଶୁଣୁଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ବୁଧବାର ରାଜ୍ୟ ଅତିଥି ଭବନ କାର୍ଯ୍ୟାଳୟରେ ଓସ୍ୱାସରେ (OSWAS) ଫାଇଲ୍ କାମ କରୁଥିବାର ଦେଖିବାକୁ ମିଳିଥିଲା।

ରାଜ୍ୟରେ ସରକାର ବଦଳିବା ପରେ ଜୁଲାଇ ମାସର ପ୍ରଥମ ଦିନ, ପ୍ରଥମ ସୋମବାରରେ ଭୁବନେଶ୍ୱର ୟୁନିଟ ୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ, ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ପ୍ରମୁଖ ଲୋକଙ୍କ ଅଭିଯୋଗ ଶୁଣି ସମାଧାନର ରାସ୍ତା ବାହାର କରିଥିଲେ। ଲୋକଙ୍କ ଅଭିଯୋଗ ମୁଖ୍ୟମନ୍ତ୍ରୀ ଶୁଣୁ ଥାଆନ୍ତି, ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଉଥାନ୍ତି ଓ ତୁରନ୍ତ ହେଉଥାଏ ସମାଧାନ। ସମସ୍ତେ ଖୁସିରେ ଫେରୁଥାନ୍ତି। ସମସ୍ତଙ୍କ ଆଖିରେ ଥିଲା ସରକାରଙ୍କ ଉପରେ ବିଶ୍ୱାସ ଓ ଭରସାର ଝଲକ୍। ସେଇ ବିଶ୍ବାସ ଓ ଭରସାର ରୂପ ହେଉଛି ଗଣତନ୍ତ୍ର।

ପ୍ରଥମ ଦିନରେ ସମୁଦାୟ ୧୫୪୦ ଟି ଅଭିଯୋଗ ପଞ୍ଜୀକୃତ ହୋଇଥିବା ବେଳେ ପ୍ରାୟ ୫୦୦୦ ରୁ ଅଧିକ ଲୋକ ଆସି ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କୁ ସେମାନଙ୍କ ସମସ୍ୟା କହିଥିଲେ। ଗଭୀର ମନଯୋଗରେ ସମସ୍ତଙ୍କ ସମସ୍ୟା ଶୁଣି ମୁଖ୍ୟମନ୍ତ୍ରୀ, ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟର ମୁଖ୍ୟଙ୍କଠାରୁ ଭରଷାର ବାଣୀ ଶୁଣି ସେମାନେ ଅତ୍ୟନ୍ତ ଖୁସି ହୋଇ ଫେରୁଥାନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପୂର୍ବ ସରକାରଙ୍କ ସମୟରେ ଜନତା ଓ ସରକାରଙ୍କ ମଧ୍ୟରେ ଏକ ଲୌହ ପ୍ରାଚୀର ଥିଲା। ସେ ପ୍ରାଚୀର ଆଜି ଦୂର ହୋଇଛି। ଲୋକ ଓ ସରକାରଙ୍କ ମଧ୍ୟରେ ସିଧା ସଳଖ ସମ୍ପର୍କ ପ୍ରତିଷ୍ଠା ପାଇଛି। ଗଣତନ୍ତ୍ରରେ ଲୋକଙ୍କ କଥା ଶୁଣିବା ଓ ସମାଧାନ ପାଇଁ ଚେଷ୍ଟା କରିବା ଏକ ପ୍ରାଥମିକତା। ଏଇ କଥାକୁ ଗୁରୁତ୍ବ ଦେଇ ଆଜି ଠାରୁ ଜିଲ୍ଲା ସ୍ତରରେ ମଧ୍ୟ ଶୁଣାଣୀ ଆରମ୍ଭ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେ କହିଥିଲେ ଯେ ଏହି ପ୍ରକ୍ରିୟାକୁ ଆଗକୁ ଆହୁରି ସୁଦୃଢ଼ କରାଯିବ। ମୋ ସହିତ ଉପ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ମଣ୍ଡଳର ସଦସ୍ୟ ମାନେ ମଧ୍ୟ ଏଥିରେ ସହଯୋଗ କରିଛନ୍ତି। ଏହା ଜାରି ରହିଲେ ଜିଲ୍ଲା ସ୍ତରରେ ଅଧିକାରୀ ମାନେ ଗୁରୁତ୍ଵ ଦେଇ ଲୋକଙ୍କ ସମସ୍ୟାର ସମାଧାନ କରିବେ। ଜିଲା ସ୍ତରରେ ଲୋକଙ୍କ ସମସ୍ୟାର ସମାଧାନ ହୋଇ ପାରିଲେ ରାଜ୍ୟ ସ୍ତରରେ ଅଭିଯୋଗ କମ ରହିବ ବୋଲି ସେ ଆଶା ପ୍ରକାଶ କରିଥିଲେ।

ସୋମବାର ଶୁଣାଣିରେ ପ୍ରାୟ ୯୯ ପ୍ରତିଶତ ଅଭିଯୋଗର ସମାଧାନ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଶୁଣାଣି ହୋଇଥିଲା। ଏଥିପାଇଁ ସାଧାରଣ ପ୍ରଶାସନ ବିଭାଗ ଏବଂ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ପ୍ରତି ସୋମବାର ଏହି ପରି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ୪ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି

ଭୁବନେଶ୍ୱର,୬ା୭(ସତ୍ୟଜିତ୍‌ ରାଉତ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାରଠାରୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ମଙ୍ଗଳବାର ପର୍ଯ୍ୟନ୍ତ ସେ ଭୁବନେଶ୍ୱର ଓ ପୁରୀର ବିଭିନ୍ନ କାର୍ଯ୍ୟକ୍ରମରେ...

ଆକ୍ସନ ମୋଡରେ ମୁଖ୍ୟମନ୍ତ୍ରୀ ମୋହନ, ସଚିବଙ୍କୁ ଦେଲେ ଏହି ଗରୁମନ୍ତ୍ର

ଭୁବନେଶ୍ୱର,୬।୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶୁକ୍ରବାର ସଚିବମାନଙ୍କୁ ଡାକି ନିଜ ସରକାରର ଆଭିମୁଖ୍ୟ ଜଣାଇଛନ୍ତି। ତାଙ୍କ ଦଳ ଦେଇଥିବା ୨୧ଟି ଯାକ ନିର୍ବାଚନୀ ପ୍ରତିଶ୍ରୁତିକୁ...

ମୁଖ୍ୟମନ୍ତ୍ରୀଙ୍କୁ ଦୁର୍ବ୍ୟବହାର କରିଥିବା ଆଇଆଇସିଙ୍କୁ ଗଜପତି ବଦଳି

ପାରଳାଖେମୁଣ୍ଡି/କେନ୍ଦୁଝର, ୬ା୭ (ଗିରିଧାରୀ ପରିଛା/ ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବିଜେଡି ସରକାର ସମୟରେ କେନ୍ଦୁଝର ଜିଲା ସଦର ଥାନାରେ...

ଆସନ୍ତା ୨୨ରୁ ବିଧାନସଭା ଅଧିବେଶନ, ୨୫ରେ ବଜେଟ୍‌

ଭୁବନେଶ୍ୱର,୫।୭: ଆସନ୍ତା ୨୨ ତାରିଖରୁ ସପ୍ତଦଶ ବିଧାନସଭା ଅଧିବେଶନ ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଏହି ଅଧିବେଶନ ସେପ୍ଟେମ୍ବର ୧୩ତାରିଖ ପର୍ଯ୍ୟନ୍ତ ଚାଲିବ । ଅଧିବେଶନରେ...

ଓଡ଼ିଶାକୁ ଦାଦନ ଖଟିବାକୁ ଆସି ରାସ୍ତା ନିର୍ମାଣବେଳେ ଚାଲିଗଲା ଜୀବନ

ପଟ୍ଟାଙ୍ଗି,୫।୦୭(ଶରତ ଧଳ): ନିଜ ପରିବାରଙ୍କୁ ବାହାର ରାଜ୍ୟରେ ଛାଡ଼ି ଓଡିଶାରେ ପହଞ୍ଚି କିଛି ରୋଜଗାର କରିବା ସ୍ବପ୍ନ ଦେଖି ଆସିଥିଲେ। ହେଲେ ଲାଲ ବିହାରୀ ମହାରଣାଙ୍କୁ...

ଭିଜିଲାନ୍ସ ଜାଲରେ ତହସିଲଦାର

ରାୟଗଡ଼ା,୫।୭(ଆଶିଷ ରଞ୍ଜନ ପଣ୍ଡା): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ରାୟଗଡ଼ା ଜିଲା ଚନ୍ଦ୍ରପୁର ତହସିଲଦାର ବିଚିତ୍ରାନନ୍ଦ ନାୟକ। ତାଙ୍କ ସରକାରୀ ଗାଡି ଭିତରୁ ଜବତ କରାଯାଇଛି ୧...

ରଥଯାତ୍ରାରେ ପ୍ରବଳ ବର୍ଷା, ସୃଷ୍ଟି ହେଲା ଘୂର୍ଣ୍ଣିବଳୟ

ଭୁବନେଶ୍ୱର,୫।୭: ବର୍ଷାରେ ଭିଜିବେ ମହାପ୍ରଭୁ ଜଗନ୍ନାଥ। ରଥଯାତ୍ରାରେ ପୁରୀରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଶ୍ରୀକ୍ଷେତ୍ର ପରି ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା...

ବିଜେଡି ରାଜ୍ୟ ସଭା ଏମପି ମୁନା ଖାନ୍‌ଙ୍କ ଦମଦାର୍‌ ଭାଷଣ, ପ୍ରଶଂସା କଲେ ଧନକର, ଟାର୍ଗେଟରେ ଥିଲେ ମୋଦି

ଭୁବନେଶ୍ୱର,୫।୭: ରାଜ୍ୟ ସଭାରେ ବଦଳିଛି ବିଜୁ ଜନତା ଦଳର ଆଭିମୁଖ୍ୟ। ଆକ୍ରାମଣତ୍ମକ ଢଙ୍ଗରେ ଶାସକ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରୁଛନ୍ତି ବିଜେଡି ଏମପି। ପୂର୍ବରୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri