ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ସେ ବିଜୟୀ ଦଳକୁ ପୁରସ୍କାର ପ୍ରଦାନ କରିବା ସହିତ ସମସ୍ତ କ୍ରୀଡାବିତଙ୍କୁ ଉତ୍ସାହିତ କରିଥିଲେ।

ରାଜ୍ଯରେ କ୍ରିଡ଼ାକ୍ଷେତ୍ରକୁ ଅଧିକ ସମୃଦ୍ଧ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି ଏବଂ ଏଥିସହିତ କ୍ରୀଡ଼ାବିତ ନିଷ୍ଠାର ସହ ଉଦ୍ୟମ ଜାରି ରଖି ରାଜ୍ୟ ପାଇଁ ଗର୍ବ ଆଣନ୍ତୁ ବୋଲି ସେ ଶୁଭକାମନା ଜଣାଇଛନ୍ତି।

ଶୁକ୍ରବାର ତିନି ଦିନିଆ କେନ୍ଦୁଝର ଜିଲା ଗସ୍ତରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀl ମୋହନ ଚରଣ ମାଝି ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କ ନିଜ ଜିଲାକୁ ଏହା ହେଉଛି ଦ୍ୱିତୀୟ ଗସ୍ତ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଭୁବନେଶ୍ୱର ଠାରୁ ହେଲିକ୍ୟାପ୍ଟର ରେ ଆସି ଦିନ ୧୧ ଟା ୫ ମିନିଟ ସମୟରେ ରାଇସୁଆଁ ସ୍ଥିତ ଏୟାରଷ୍ଟ୍ରିପରେ ଅବତରଣ କରିଥିଲେ। ସେଠାରୁ ସେ ଏକ ବିରାଟ ମୋଟର ସାଇକେଲ ଶୋଭାଯାତ୍ରା ରେ ଆସି ୧୨ ଟା ୨୦ ମିନିଟ ସମୟରେ ସହର ସ୍ଥିତ ଅଡିଟୋରିୟମରେ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଏହି ଉତ୍ସବ ରେ ତାଙ୍କ ସହ ଯୋଗ ଦେଇଛନ୍ତି ସାଂସଦ ଅନନ୍ତ ନାଏକ ତେଲକୋଇ ବିଧାୟକ ଫକିର ମୋହନ ନାଏକ ଓ ପାଟଣା ବିଧାୟକ ଅଖିଳ ନାଏକ ଓ ବିଧାୟକ ଆକାଶ ଦାଶ ନାଏକ ଉପସ୍ଥିତ ଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜୟ କେନ୍ଦୁଝର ଜୟ ଜଗନ୍ନାଥ ଜିଲାର ଆରାଧ୍ୟ ଦେବୀ ମା ତାରିଣୀ ଓ ବଳଦେବଜୀଉ ଙ୍କୁ ସ୍ମରଣ କରି ଅଭିଦ୍ଭାଷଣ ଆରମ୍ଭ କରିଥିଲେ । ପ୍ରଥମେ କହିଥିଲେ ମୁଁ ଆଜି ମୁଖ୍ୟମନ୍ତ୍ରୀ ନୁହେଁ ଆପଣଙ୍କ ସେହି ମୋହନ ଭାଇ ହୋଇ ରହିବାକୁ ଚାହେଁ । ମୁଁ ଆଜି ଭାଷଣ ଦେବି ନାହିଁ ଟିକେ ହସ ଖୁସି ଗପ ସପ କରିବା ବୋଲି କହିଥିଲେ। ଏହା ପରେ ସେ ମଧ୍ୟାହ୍ନ ଭୋଜନ କରି ନିଜ ଗ୍ରାମ ରାଇ କଳାକୁ ଯାଇ ସେଠାରେ ଫୁଟବଲ୍ ଖେଳ କାର୍ଯ୍ୟକ୍ରମରେ ଭାଗ ନେଇ ନିଜ ଗ୍ରାମକୁ ବୁଲି ବାକୁ ଯାଇ ଲୋକଙ୍କ ସହିତ ମିଶିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଶନ କାର୍ଡରୁ ବିଦେଶୀଙ୍କ ନାଁ କଟିବ: ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର,୨୮।୪: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୋମବାର ଏକ ବଡ଼ ବୟାନ ଦେଇଛନ୍ତି। ରାଶନ କାର୍ଡରୁ ବିଦେଶୀଙ୍କ ନାଁ କଟିବ ବୋଲି ମନ୍ତ୍ରୀ ସୂଚନା...

ମନ୍ତ୍ରୀଙ୍କ ପାଖଲୋକ କହି ହାଇପ୍ରୋଫାଇଲ ଠକେଇ: ମାଡ଼ିବସିଲା ପୋଲିସ

ଦେବଗଡ,୨୮ା୪(ଶଶାଙ୍କ ଶେଖର ଝାଙ୍କର):ନିଜକୁ ପ୍ରଭାବଶାଳୀ ନେତା, ମନ୍ତ୍ରୀଙ୍କ ପାଖଲୋକ ଦର୍ଶାଇବା ସହ ସେମାନଙ୍କ ସହିତ ଉଠାଇଥିବା ଫଟୋ ଦେଖାଇ ଅଭିନବ ଉପାୟରେ ଲକ୍ଷାଧିକ ଟଙ୍କା ଠକେଇ...

ମନରେଗା ଯୋଜନାରେ ଅନିୟମିତତା : ଏନଏମଏମଏସରେ ଚଞ୍ଚକତା କରି ଅର୍ଥ ହରିଲୁଟ

ଥୁଆମୂଳ ରାମପୁର,୨୮।୪(ଦୁର୍ଗା କୀର୍ତ୍ତି): ମନରେଗା ଯୋଜନାକୁ ସଫଳ ରୂପାୟନ କରିବା ନିମନ୍ତେ ଗାଁସାଥି ଭାବରେ ଜଣେ ଲୋକଙ୍କୁ ଚୟନ କରାଯାଇଛି। କିନ୍ତୁ ଏହି ଗାଁସାଥିଙ୍କ ଦୌରାତ୍ମ୍ୟ...

୧୦୦ ବିଶୃଙ୍ଖଳିତ ଭିସୁଟ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ସମ୍ବଲପୁର,୨୮।୪(ପ୍ରମୋଦ ବହିଦାର): ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ)ର ୧୦୦ ଜଣ ଛାତ୍ରଙ୍କ ହିରୋଧରେ ବିଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କର୍ତ୍ତୃପକ୍ଷ। ଭିସୁଟ ଶୃଙ୍ଖଳା...

ଭାରତକୁ ସହଯୋଗର ହାତ ବଢାଇଲା ପାକିସ୍ତାନର ଖାସ୍‌ ବନ୍ଧୁ: ଶେହବାଜ୍‌ ସରକାରଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୮।୪: ପାକିସ୍ତାନକୁ ଏକ ବଡ଼ ଝଟକା ଲାଗିଛି। ଏହାର ଘନିଷ୍ଠ ବନ୍ଧୁ ଆଜରବାଇଜାନ ଅହମ୍ମଦାବାଦକୁ ସିଧାସଳଖ ବିମାନ ସେବା ଆରମ୍ଭ କରି ଭାରତ ସହିତ ସମ୍ପର୍କକୁ...

ପାରାଦୀପ ଷ୍ଟକ୍‌ୟାର୍ଡ଼ରେ ଭୟଙ୍କର ଅଗ୍ନିକାଣ୍ଡ

ପାରାଦୀପ,୨୮।୪: ପାରାଦୀପ ଜିରୋ ପଏଣ୍ଟରେ ଥିବା ଏକ ଷ୍ଟକ୍‌ୟାର୍ଡରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଷ୍ଟକ୍‌ୟାର୍ଡରେ ଥିବା ପ୍ଲାଷ୍ଟିକ କୋଟେଡ ଆଇରନ୍‌ ପାଇପ୍‌ରେ ନିଆଁ ଲାଗି...

‘ଧନ ଛାଡ଼ି ଜ୍ଞାନ ଅର୍ଜନ କଲେ ସମ୍ମାନ ମିଳିବ’

ଭଞ୍ଜନଗର,୨୮ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ପକ୍ଷରୁ ସୋମବାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ଆଇନଜୀବୀ ଦିବସ ପାଳିତ ହୋଇଯାଇଛି।...

ପ୍ରଶ୍ନପତ୍ର ବିଭ୍ରାଟରେ ଯିଏ ଦୋଷୀ ତାଙ୍କୁ ଛଡ଼ା ଯିବନାହିଁ: ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର,୨୮ା୪: OPSC/SSC ପ୍ରଶ୍ନପତ୍ର ବିଭ୍ରାଟକୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୋମବାର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପ୍ରଶ୍ନପତ୍ର ବିଭ୍ରାଟରେ ଯେଉଁ ବିଭାଗ ସଂଶ୍ଳିଷ୍ଟ ଅଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image