ଭୁବନେଶ୍ୱର,୨୩।୭: ଚଳିତ ବଜେଟରେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ବିଶେଷ ଗୁରୁତ୍ୱ ଦିଆଯିବା ସହ ଆବଶ୍ୟକ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କୁ ରାଜ୍ୟବାସୀଙ୍କ ତରଫରୁ ଧନ୍ୟବାଦ ବୋଲି ନିଜ ଏକ୍ସ ଆକାଉଣ୍ଟରେ ପୋଷ୍ଟକରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସେ ତାଙ୍କ ଆକାଉଣ୍ଟରେ ଆହୁରି ଉଲ୍ଲେଖ କରିଛନ୍ତି, ପର୍ଯ୍ୟଟନ କ୍ଷେତ୍ର ସମେତ ବନ୍ୟଜନ୍ତୁ, ସାମୁଦ୍ରିକ ସମ୍ପଦ ଏବଂ ମନ୍ଦିରର ବିକାଶ ଆଦି ଓଡ଼ିଶାର ଆର୍ଥିକ ବିକାଶରେ ବିଶେଷ ସହାୟକ ହେବ। ଓଡ଼ିଶା ପର୍ଯ୍ୟଟନ ଆକର୍ଷଣର କେନ୍ଦ୍ର ପାଲଟିବ ବୋଲି ସେ କହିଛନ୍ତି।
ଚଳିତ ବଜେଟରେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ବିଶେଷ ଗୁରୁତ୍ଵ ଦେବା ସହ ଆବଶ୍ୟକୀୟ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଏବଂ ଅର୍ଥମନ୍ତ୍ରୀ ଶ୍ରୀମତୀ @nsitharaman ଙ୍କୁ ଓଡ଼ିଶାବାସୀଙ୍କ ତରଫରୁ ଧନ୍ୟବାଦ ଜଣାଉଛି।
ପର୍ଯ୍ୟଟନ କ୍ଷେତ୍ର ସମେତ ବନ୍ୟଜନ୍ତୁ,…
— Mohan Charan Majhi (@MohanMOdisha) July 23, 2024