ପ୍ରଧାନମନ୍ତ୍ରୀ-ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି, କହିଲେ ଓଡ଼ିଶା ପରିବହନକୁ ନୂଆ…

ଭୁବନେଶ୍ୱର,୧୦ା୮: ରେଳ ବିକାଶ ପାଇଁ ଓଡ଼ିଶାକୁ ୬ଟି ପ୍ରକଳ୍ପ ମିଳିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ଓଡ଼ିଶାର ବିକାଶଧାରାକୁ ଆହୁରି ଆଗକୁ ନେବ।

ଏହି ରେଳ ପ୍ରକଳ୍ପ ହେବା ଦ୍ୱାରା ବିଶେଷକରି କଳାହାଣ୍ଡି, ନବରଙ୍ଗପୁର, ମାଲ୍‌କାନଗିରି, କେନ୍ଦୁଝର, ମୟୂରଭଞ୍ଜ ଆଦି ଅଞ୍ଚଳ ବେଶ୍‌ ଉପକୃତ ହେବେ। ୧୫ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପ ପରିବହନ କ୍ଷେତ୍ରରେ ଓଡ଼ିଶାକୁ ନୂଆ ଦିଶା ଦେଖାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ପ୍ରତି ଜିଲାକୁ ରେଳ ସଂଯୋଗୀକରଣ ନେଇ ଆଲୋଚନା ଚାଲିଥିବା ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି।

Share