ଆଜି ଝାଡଖଣ୍ଡ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର,୩୦।୯: ଆଜି ଦୁଇ ଦିନିଆ ଝାଡଖଣ୍ଡ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପ୍ରଥମେ ମୁଖ୍ୟମନ୍ତ୍ରୀ ପଶ୍ଚିମ ସିଂହଭୂମର ଜଗନ୍ନାଥପୁର ଏବଂ ଆସନ୍ତାକାଲି ଚାଇଁବାସାର କୋଲହାନ ଯିବେ। ଆଗକୁ ଝାଡଖଣ୍ଡ ନିର୍ବାଚନ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। “ପୂର୍ବାହ୍ନ ୧୦ଟାରେ ସେ ଭୁବନେଶ୍ୱର ବିମାନବନ୍ଦରରୁ ବାହାରି ରାଞ୍ଚି ଅଭିମୁଖେ ଯିବେ। ରାଞ୍ଚିରୁ ହେଲିକପ୍ଟର ଯୋଗେ ପଶ୍ଚିମ ସିଂହଭୂମରେ ପହଞ୍ଚିବେ।

ଅପରାହ୍ନ ୧ଟାରେ ମୁଖ୍ୟମନ୍ତ୍ରୀ ଜମାଣି ମୈଦାନରେ ଭାଜପାର ପରିବର୍ତ୍ତନ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏପରିକି ଅପରାହ୍ନ ୩ଟାରେ ମାଝଗାଓଁ ସ୍କୁଲ ପଡ଼ିଆରେ ସଭାକୁ ସମ୍ବୋଧିତ କରିବେ। ଅପରାହ୍ନ ୫ଟାରେ ଚାଇଁବାସା ସର୍କିଟ ହାଉସରେ ପହଞ୍ଚି ରାତ୍ରୀ ଯାପନ କରିବାର କାର୍ଯ୍ୟକ୍ରମ ରହିଛି। ପୁଣି ୧ ତାରିଖରେ ଚାଇବାସାରେ ଜନସଭାକୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବେ । ପରେ ଅପରାହ୍ନ ୪ଟା ୧୦ରେ ରାଞ୍ଚିରୁ ଭୁବନେଶ୍ୱର ଫେରି ଆସିବାର କାର୍ଯ୍ୟକ୍ରମର ରହିଛି।

Share