ସେନା ଟ୍ୟାଙ୍କର ଭାସି ୫ ଯବାନ ଶହୀଦ ହେବା ଘଟଣା: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯ା୬: ଲଦାଖରେ ସମରାଭ୍ୟାସ ଚାଲିଥିବା ବେଳେ ଏକ ନଦୀରେ ସେନା ଟ୍ୟାଙ୍କ ଭାସିଯିବାରୁ ସେନାର ୫ ଯବାନଙ୍କ ଶହୀଦ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶନିବାର ଗଭୀର ଶୋକ ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦେଶର ସୁରକ୍ଷା ପାଇଁ ପ୍ରତିରକ୍ଷା ବାହିନୀ ସର୍ବଦା ପ୍ରସ୍ତୁତି ଅଭ୍ୟାସ କରିଥାଏ।
ଶହୀଦ ଯବାନମାନଙ୍କ ବଳିଦାନ ଦେଶର ପ୍ରତିରକ୍ଷା କ୍ଷେତ୍ରରେ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ। ଦେଶବାସୀ ସେମାନଙ୍କ ବଳିଦାନକୁ କେବେ ଭୁଲିବେ ନାହିଁ। ମୁଖ୍ୟମନ୍ତ୍ରୀ ଶହୀଦ ଯବାନଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି।

Share