ଭୁବନେଶ୍ୱର,୨୬।୯(ବ୍ୟୁରୋ): ବିଶିଷ୍ଟ ସର୍ବୋଦୟ ନେତା ଭାଗବତ ପ୍ରସାଦ ନନ୍ଦଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି ଯେ, ସ୍ବର୍ଗତ ନନ୍ଦ ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ସହ ଏହି ମାଟିର ଜଣେ ଯୋଗ୍ୟ ସନ୍ତାନ ଥିଲେ। ଗରିବ ଓ ଭୂମିହୀନ ଲୋକଙ୍କ ପାଇଁ ସେ ଭୂଦାନ ଆନ୍ଦୋଳନ ଚଳାଇଥିଲେ। ସେ ନିଜ ଜୀବନ କାଳରେ ବହୁ ଆନ୍ଦୋଳନର ନେତୃତ୍ୱ ନେଇଛନ୍ତି। ତାଙ୍କର ସମସ୍ତ ଆନ୍ଦୋଳନ କେବଳ ଦୁଃସ୍ଥ ଓ ଗରିବ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ତାଙ୍କ ବିୟୋଗ ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି। ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନେତାଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।