ରମାକାନ୍ତ ରଥଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ: କହିଲେ କରିହେବନି ତାଙ୍କ ଭୂମିକାକୁ ଅସ୍ବୀକାର

ଭୁବନେଶ୍ୱର,୧୬ । ୩ : ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରଥିତଯଶା କବି  ରମାକାନ୍ତ ରଥଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପଦ୍ମଭୂଷଣ ସ୍ବର୍ଗତ ରଥ ଭାରତୀୟ ସାହିତ୍ୟ ଜଗତର ଅଳ୍ପ କେତେଜଣ ଶ୍ରେଷ୍ଠ କବିଙ୍କ ମଧ୍ୟରେ ଥିଲେ ଅନ୍ୟତମ ।  ସପ୍ତମ ଋତୁ, ଶ୍ରୀରାଧା, ସଚିତ୍ର ଅନ୍ଧାର, କେତେ ଦିନର, ଦୁଆର ଏପଟୁ, ନଯା ନଯା କହୁକହୁ ପରି ଅନେକ କାଳଜୟୀ ରଚନା ତାଙ୍କୁ ସାହିତ୍ୟ ଜଗତରେ ଚିର ଦିନ ପାଇଁ ଅମରକରି ରଖିବ । ବିଭିନ୍ନ ବିଭାଗର ସଚିବ ଓ ମୁଖ୍ୟ ଶାସନ ସଚିବ ଭାବେ ମଧ୍ୟ ରାଜ୍ୟର ବିକାଶରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରଖିଛନ୍ତି।ଓଡ଼ିଆ ସାହିତ୍ୟକୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚେଇବାରେ  ତାଙ୍କ ଭୂମିକାକୁ ଅସ୍ବୀକାର କରିହେବନି। କାଳଜୟୀ କାବ୍ୟଗ୍ରନ୍ଥ ଶ୍ରୀରାଧା ପାଇଁ ସରସ୍ବତୀ ସମ୍ମାନ, ସପ୍ତମ ଋତୁ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଓ  ସଚିତ୍ର ଅନ୍ଧାର ପାଇଁ ସାରଳା ପୁରସ୍କାର ହାସଲ କରିବା ସହ ସେ ପ୍ରଥିତଯଶା ଲେଖକ ରୂପେ କେନ୍ଦ୍ର ସାହିତ୍ୟ ଏକାଡେମୀର ଫେଲୋସିପ ମଧ୍ୟ ପାଇଥିଲେ।
ତାଙ୍କ ବିୟୋଗ  ସାହିତ୍ୟ ଜଗତ ପାଇଁ ଅପୂରଣୀୟ କ୍ଷତି । ମୁଖ୍ୟମନ୍ତ୍ରୀ ସ୍ବର୍ଗତ ରଥଙ୍କ ଅମର ଆତ୍ମାର  ସଦ୍‌ଗତି କାମନା କରିବା ସହିତ ସୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣେଇଛନ୍ତି। ତାଙ୍କ ପରି ମହାନ ସାହିତି୍ୟକ ଓ ଯୁଗସ୍ରଷ୍ଟାଙ୍କୁ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ  ଶେଷକୃତ୍ୟ ସଂପନ୍ନ କରାହେବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Enter your email to get our daily news in your inbox.

All Right Reserved By Dharitri.Com

ଚକୋଲେଟ୍‌ ଦେଇ ଶିଶୁକୁ କରିନେଲେ ଅପହରଣ

ବଡ଼ମ୍ବା,୧୬ା୩(ମାୟାଧର ମଲ୍ଲିକ): ଚକୋଲେଟ ଦେଇ ଶିଶୁ ଅପହରଣ କରାଯାଇଥିବା ଘଟଣାକୁ ନେଇ ବଡ଼ମ୍ବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଅବଶ୍ୟ ଅପହରଣ ଶିଶୁଟି ରବିବାର ବଡ଼ମ୍ବା...

୬୪ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୧୬ା୩(ଦୁର୍ଯ୍ୟୋଧନ ପାତ୍ର): ତେଲଙ୍ଗାନା ଭଦ୍ରାଦ୍ରି କତାଗୁଡେମ ଜିଲା ପୋଲିସ ନିକଟରେ ଛତିଶଗଡ ବିଜାପୁର ଓ ସୁକ୍‌ମାର ୬୪ ମାଓବାଦୀ ରବିବାର ଆତ୍ମସମର୍ପଣ କରିଛନ୍ତି। ସୁକ୍‌ମା ଓ...

ବୌଦ୍ଧ ଦେଶର ଉତ୍ତପ୍ତ ସହର: ୪୩.୬ ଡିଗ୍ରୀ ସହ ତାତିରେ ସିଝିଲେ ଲୋକେ

ଭୁବନେଶ୍ୱର, ୧୬ା୩: ଆଜି ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ସହିତ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ୪୩ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି। ଶନିବାର...

ରାଜଧାନୀ ଡବଲ ମର୍ଡର ଘଟଣା: ପୋଲିସ ପିଛା କରିବାରୁ ଡିମିରି ଫଳ ଖାଇଦେଲେ ଅଭିଯୁକ୍ତ, ଡିସିପି କହିଲେ…

ଭୁବନେଶ୍ୱର,୧୬ା୩: ରାଜଧାନୀ ଭୁବନେଶ୍ୱରରେ ହୋଲିରେ ଘଟିଥିଲା ୨ଟି ହତ୍ୟାକାଣ୍ଡ। ଗୋଟିଏ ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଆଉ ଗୋଟିଏ ଶହୀଦନଗର ଥାନା ଅଞ୍ଚଳରେ। ତେବେ ଏହି ଦୁଇଟି...

ବୋମାମାଡ଼ କରି ବନ୍ଧାହେଲେ ଦୁଇ ଭାଇ

ଗୋପାଳପୁର,୧୬ା୩(ନବୀନ ରାଜ ଆଚାରୀ): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ କରିବା ଘଟଣାରେ ଗୋପାଳପୁର ଥାନା ପୋଲିସ ଦୁଇ ଭାଇଙ୍କୁ ପୋଲିସ ଗିରଫ କରି ସୋମବାର...

ଶାହାଙ୍କ ଗସ୍ତ ପୂର୍ବରୁ ତାତିଲେ ଜୟନାରାୟଣ, କହିଲେ ମୋର ଯୋଗ୍ୟତା…

ଭୁବନେଶ୍ୱର,୧୬ା୩: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଭାଜପାର ବରିଷ୍ଠ ନେତା ଜୟନାରାୟଣ ମିଶ୍ର...

ଭୁବନେଶ୍ୱରରେ ହେବ ଜାତୀୟ ସ୍ତରର ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ ସେଣ୍ଟରର ଶାଖା

ଭୁବନେଶ୍ୱର, ୧୬।୩: ଭୁବନେଶ୍ବରରେ ସ୍ଥାପନ ହେବ ଜାତୀୟ ସ୍ତରର ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ ସେଣ୍ଟର୍ ର ଶାଖା। ଏନେଇ ଭୁବନେଶ୍ବର ଏମପି ଅପରାଜିତା ଷଡ଼ଙ୍ଗୀ, କେନ୍ଦ୍ର...

ରାସ୍ତାକଡ଼ରେ ପଡ଼ିଛି ଅଜଣା ମୃତଦେହ, ଦୁର୍ଗନ୍ଧ ବାରି ଯିବାରୁ…

ମୋହନା,୧୬ା୩(ମନ୍ମଥ ମିଶ୍ର): ରାସ୍ତା କଡ଼ରେ ଅଜଣା ଯୁବକଙ୍କର ମୃତଦେହ ଠାବ କରିଛି ରା ଉଦୟଗିରି ପୋଲିସ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ଆର୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image