ଭୁବନେଶ୍ୱର,୨୦।୩(ବ୍ୟୁରୋ): ଆଜି ଅର୍ଥାତ୍ ମାର୍ଚ୍ଚ ୨୦କୁ ପଖାଳ ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ଘରେ ଏବଂ ହୋଟେଲରେ ପଖାଳ ମଜା ଉଠାଇଛନ୍ତି ଲୋକେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନିଜେ ପଖାଳ ଖାଇ ଲୋକଙ୍କୁ ପଖାଳ ଦିବସର ଶୁଭେଚ୍ଛା ଜଣାଇଛନ୍ତି। ସେ ଟୁଇଟ୍ ଯୋଗେ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ଏକ କଦଳୀ ପତ୍ର ଉପରେ ପଖାଳ ରଖାଯାଇଛି। ଏହାର ଚାରିପାଖରେ ଚୁନା ମାଛ ଭଜା, ଛୁଇଁ ଭଜା, ବଡ଼ି ଚୁରା, ଶାଗ ଭଜା, କଲରା ଭଜା, ଆଳୁ ଭଜା ଏବଂ ସାଲାଡ୍ ଥିବାର ଦେଖାଯାଇଛି। ଏହି ଭିଡିଓକୁ ଶେୟାର କରି ‘ପଖାଳ’ ମୋର ପସନ୍ଦ। ସମସ୍ତଙ୍କୁ ‘ପଖାଳ ଦିବସ’ର ଶୁଭେଚ୍ଛା ବୋଲି ମୁଖ୍ୟମନ୍ତ୍ରୀ କ୍ୟାପ୍ଶନ୍ ଦେଇଛନ୍ତି।