ଭୁବନେଶ୍ୱର,୨୬।୧(ବ୍ୟୁରୋ): ଆଜି ସାରା ଦେଶରେ ୭୪ତମ ସାଧାରଣତନ୍ତ୍ର ଦିବସ ଧୂମଧାମରେ ପାଳନ କରାଯାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଟୁଇଟ୍ ଯୋଗେ କହିଛନ୍ତି, ୭୪ତମ ସାଧାରଣତନ୍ତ୍ର ଦିବସର ହାର୍ଦ୍ଦିକ ଶୁଭେଚ୍ଛା। ଏହି ଶୁଭ ଦିନରେ, ଆସନ୍ତୁ ଦେଶ ପାଇଁ ସ୍ବାଧୀନତା ସଂଗ୍ରାମୀଙ୍କ ନିଃସ୍ବାର୍ଥପର ବଳିଦାନକୁ ମନେ ପକାଇବା ଏବଂ ସମ୍ବିଧାନରେ ଦର୍ଶାଯାଇଥିବା ଆଦର୍ଶକୁ ପାଳନ କରିବାକୁ ପ୍ରତିଜ୍ଞା କରିବା।
Warm wishes on 74th #RepublicDay. On this auspicious day, let's remember the selfless sacrifices of freedom fighters for the nation and pledge to follow the ideals enshrined in the Constitution in letter and spirit. #JaiHind pic.twitter.com/QMJi8eTaPa
— Naveen Patnaik (@Naveen_Odisha) January 26, 2023
ଆଜି ମଧ୍ୟ ସାରା ରାଜ୍ୟରେ ବସନ୍ତ ପଞ୍ଚମୀ ତଥା ସରସ୍ବତୀ ପୂଜା ପାଳନ କରାଯାଉଛି। ମୁଖ୍ୟମନ୍ତ୍ରୀ ଶୁଭେଚ୍ଛ ଜଣାଇ କହିଛନ୍ତି, ପବିତ୍ର ବସନ୍ତ ପଞ୍ଚମୀ ତଥା ମା’ ସରସତୀଙ୍କ ପୂଜା ଅବସରରେ ରାଜ୍ୟବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ବିଦ୍ୟା ପ୍ରଦାୟିନୀ ମା’ ସରସତୀଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ଜ୍ଞାନର ଭଣ୍ଡାରରେ ପରିପୂର୍ଣ୍ଣ ହେବା ସହ ସୁଖ ଓ ଆନନ୍ଦମୟ ହେଉ।
ପବିତ୍ର ବସନ୍ତ ପଞ୍ଚମୀ ତଥା ମା’ ସରସ୍ଵତୀଙ୍କ ପୂଜା ଅବସରରେ ରାଜ୍ୟବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ବିଦ୍ୟା ପ୍ରଦାୟିନୀ ମା’ ସରସ୍ଵତୀଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ଜ୍ଞାନର ଭଣ୍ଡାରରେ ପରିପୂର୍ଣ୍ଣ ହେବା ସହ ସୁଖ ଓ ଆନନ୍ଦମୟ ହେଉ। #BasantPanchami pic.twitter.com/aO1UZdNlPa
— Naveen Patnaik (@Naveen_Odisha) January 26, 2023