ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫।୮(ବ୍ୟୁରୋ): ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ଐତିହାସିକ ବିଜୟ ପରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୪୧ବର୍ଷ ପରେ ହକିରେ ଭାରତର ଏହି ବିଜୟକୁ ନେଇ ମୁଖ୍ୟମନ୍ତ୍ରୀ ଫୋନ ମାଧ୍ୟମରେ ଭାରତୀୟ ହକି ଦଳ ସହ କଥା ହୋଇ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ସେ ଟୁଇଟ ମଧ୍ୟ କରିଛନ୍ତି। କ୍ୟାପସନ୍‌ରେ ମୁଖ୍ୟମନ୍ତ୍ରୀ ବ୍ରିଲିଆଣ୍ଟ ଇନ୍‌ ବ୍ଲୁ ଲେଖି ଭାରତୀୟ ହକି ଦଳକୁ ପ୍ରଶଂସା କରିଛନ୍ତି। ଏହା ଏକ ଐତିହାସିକ ବିଜୟ, ଆଗକୁ କ୍ରୀଡାବିତଙ୍କ ପାଇଁ ଏହା ପ୍ରେରଣାର ଉତ୍ସ ପାଲଟିବ ବୋଲି ନବୀନ ପଟ୍ଟନାୟକ କହିଛନ୍ତି।

ସେହିପରି ହକିର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି। ଯାହା ଆମେ କରିପାରି ନ ଥିଲୁ ତାହା ଆଜି ପୂରଣ ହୋଇଛି। ଅଲିମ୍ପିକ୍ସରେ ଇତିହାସ ରଚିଛି ଭାରତୀୟ ହକି ଦଳ ବୋଲି ଦିଲ୍ଲୀପ କହିଛନ୍ତି। ଓଡ଼ିଆ ଖେଳାଳି ଅମିତ ରୋହିଦାସ ଓ ବିରେନ୍ଦ୍ର ଲାକ୍ରାଙ୍କୁ ମଧ୍ୟ ସେ ଶୁଭେଚ୍ଛା ଜଣାଇଛନ୍ତି। ଦୁଇ ଓଡ଼ିଆ ଭାବେ ଅଲିମ୍ପିକ୍ସରେ ବ୍ରୋଞ୍ଜ ଜିତିବା ବଡ଼ ସଫଳତା। ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ଼ ଜିଲାରେ ବିଜୟ ଉତ୍ସବ ପାଳନ କରାଯାଉଛି ବୋଲି ଦିଲ୍ଲୀପ ତିର୍କୀ କହିଛନ୍ତି।

Share