ଇସ୍ଲାମାବାଦ,୬।୩: ପାକିସ୍ତାନର ବୋଲାନରେ ସୋମବାର ଆତ୍ମଘାତୀ ବିସ୍ଫୋରଣରେ ୯ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ଏହି ଆତ୍ମଘାତୀ ଆକ୍ରମଣ ଘଟଣାକୁ ବେଲୁଚିସ୍ତାନ ମୁଖ୍ୟମନ୍ତ୍ରୀ ମୀର ଅବଦୁଲ କୁଡୁସ୍ ବିଜେଞ୍ଜୋ ନିନ୍ଦା କରିଛନ୍ତି। ଏପରି କି ଘଟଣାରେ ଆତଙ୍କବାଦୀ ସଙ୍ଗଠନର ସମ୍ପୃକ୍ତ ଥିବା କହି ଦାୟୀ କରିଛନ୍ତି।
ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ମହମ୍ମଦ ନୋଟେଜାଇ କହିଛନ୍ତି, ଆହତ ବ୍ୟକ୍ତିମାନଙ୍କୁ ନିକଟବର୍ତ୍ତୀ ଡାକ୍ତରଖାନାକୁ ନିଆଯାଇଛି। ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳ ଓ ନିରାପତ୍ତାରକ୍ଷୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ନୋଟିଜାଇ କହିଛନ୍ତି ଯେ, ବେଲୁଚିସ୍ତାନ ପ୍ରଦେଶର ରାଜଧାନୀ କ୍ୱେଟାର ୧୬୦ କିଲୋମିଟର ଦୂର ସିବି ଏବଂ କାଚି ସୀମାକୁ ଲାଗିଥିବା କାମ୍ବ୍ରି ବ୍ରିଜରେ ଏହି ବିସ୍ଫୋରଣ ଘଟିଛି। ଏହି ଆକ୍ରମଣ ପାଇଁ କୌଣସି ସଙ୍ଗଠନ ନିଜକୁ ଦାୟୀ କରି ନାହାନ୍ତି।